ଗଛ ପଡ଼ି ରାଜପଥ ଅବରୋଧ:ମହୁମାଛି ଆକ୍ରମଣରେ ୫ ଆହତ

ଛେଣ୍ଡିପଦା/ବଇଣ୍ଡା: ବଇଣ୍ଡା-ସମ୍ୱଲପୁର ୫ ନମ୍ୱର ଜାତୀୟ ରାଜପଥ ତୁବେ ଗ୍ରାମ ନିକଟରେ ଏକ ବିରାଟ ଓସ୍ତ ଗଛ ରାସ୍ତା ଉପରେ ପଡ଼ିବାରୁ ଦେଢଘଣ୍ଟା ଧରି ରାଜପଥରେ ଯାତାୟାତ ସଂପୁର୍ଣ୍ଣ ଠପ ହୋଇଥିଲା। କୌଣସି ବର୍ଷା, କିମ୍ୱା ଝଡତୋଫାନ ନଥାଇ ଗଛ ପଡିଯିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଜାମ ହୋଇରହିଥିଲା। ଓସ୍ତଗଛରେ ପ୍ରାୟ ୧୪ ମହୁମାଛି ବସା ବନ୍ଧି ରହୁଥିବାରୁ ଗଛ ପଡିଯିବା ପରେ ପରସ୍ଥିତି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଗ୍ରାମବାସୀ ହାଣି ରାସ୍ତା ସଫା କରିବା ପାଇଁଉଦ୍ୟମ କରିବାରୁ ଗଛରେ ଥିବା ମହୁମାଛିଙ୍କ ଆକ୍ରମଣରେ ଶିକାର ହୋଇଥିଲେ। ୫ ଜଣ ଗ୍ରାମବାସୀ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିଲେ। ବଇଣ୍ଡା ଅସହାୟ ସହାୟତା କମିଟିର ସ୍ବେଚ୍ଛାସେବୀମାନେ ସେଠାରେ ପହଞ୍ଚି ଅନୁଗୁଳ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ରଙ୍କୁ ଏ ସଂପର୍କରେ ଫୋନ୍‌ ଯୋଗେ ଜଣାଇଥିଲେ। ଆରକ୍ଷୀ ଅଧିକ୍ଷକକଙ୍କ ଉଦ୍ୟମରେ ଠିକା ସଂସ୍ଥା ଗାୟତ୍ରୀରୁ ସ୍ବତନ୍ତ୍ର ଗଛକଟା ଯନ୍ତ୍ର ଅଣାଯାଇ ରାସ୍ତା ଉପରେ ପଡ଼ିଥିବା ଗଛକୁ କଟାଯାଇଥିଲା। ପରେ ସ୍ୱାଭାବିକ ଭାବେ ଗାଡି ଚଳାଚଳ କରିଥିଲା ।

ସମ୍ବନ୍ଧିତ ଖବର