ଖେଳ ପଡ଼ିଆ ଏବେ ଡମ୍ପିଂୟାର୍ଡ:ପୌର ପରିଷଦର ମନମୁଖୀ, ଡିଏସ୍ଓ ବେପୁରଆ

ଅନୁଗୁଳ: ଅନୁଗୁଳ ସହର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲେ ମଧ୍ୟ ଆଜି ପୌର ପରିଷଦ କର୍ମଚାରୀ ଷ୍ଟେଟ ବ୍ୟାଙ୍କ ସମ୍ମୁଖ, ତହସିଲ କାର୍ଯ୍ୟାଳୟ ସମ୍ମୁଖ ଓ ବଜାର ଦଶହରା ପଡ଼ିଆ ପ‌ାଖ ଡ୍ରେନ୍‌ଗୁଡ଼ିକ ବହୁ ଦିନ ଧରି ପଡ଼ିଥିବାରୁ ପୌରପାଳିକା‌ ସଫା କରିଛି। କିନ୍ତୁ ବିଡ଼ମ୍ବନା ବିଷୟ ହେଉଛି, ଉକ୍ତ ଆବର୍ଜନା ଜିଲ୍ଲା ଖେଳପଡ଼ିଆ ଭିତରେ ପୌରପାଳିକା ପକାଇ ଦେଇଛି। ଗୋଟିଏ ଦୁଇଟି ଟ୍ରାକ୍ଟର ନୁହେଁ, ୨୨ ଟ୍ରାକ୍ଟର ଆବର୍ଜନା ପକାଯାଇଛି। ଜିଲ୍ଲା‌ ଭଲିବଲ ପଡ଼ିଆ ଏ‌େବ ଡମ୍ପିଂୟାର୍ଡରେ ପରିଣତ ହୋଇଯାଇଛି। ଏହାକୁ ନେଇ ଖେଳାଳି ଓ କୋଚମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖେଳପଡ଼ିଆରେ ଦୁର୍ଗନ୍ଧ ବାହାରୁ ଥିବାରୁ ସେଠାକୁ ଖେଳିଯିବାକୁ ଆଗ୍ରହ ଦେଖାଉ ନାହାନ୍ତି। କେତେକ କ୍ରୀଡ଼ା ପ୍ରେମୀ କହିଛନ୍ତି ଯେ, କିଛିଦିନ ମଧ୍ୟରେ ଏ ଆବର୍ଜନା ଉଠାନଗଲେ ଅ‌ାନ୍ଦୋଳାତ୍ମକ ପନ୍ଥା ଆ‌ପଣେଇବାକୁ ବାଧ୍ୟ‌ ହେବେ। ଗତ ୨୭ ତାରିଖ ଦିନ ଖେଳପଡ଼ିଆରେ ଆବର୍ଜନା ପକାଯାଉଥିବା ସଂକ୍ରାନ୍ତରେ ଖବର ପ୍ରକାଶ ପାଇଥିଲା। ସେଠାରୁ ଆର୍ବଜନା ଉଠାଇବା ପରିବର୍ତ୍ତେ ଏବେ ସେଠାରେ ପୁଣି ଅଧିକ ଆବର୍ଜନା ପକାଯାଉଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ଦାୟିିତ୍ବରେ ଥିବା ଭଲିବଲ କୋଚ୍ ମହେନ୍ଦ୍ର
ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି, ଖବରକାଗଜରୁ ଖେଳପଡ଼ିଆରେ ଆବର୍ଜନା ପକାଯାଇଥିବା ଜାଣିବା ପରେ ‌େପୗର ପରିଷଦକୁ ତାଗିଦ କରିଥିଲେ। କିନ୍ତୁ ପୌର ପରିଷଦ ତାଙ୍କ କଥାକୁ ଗୁରୁତ୍ବ ନଦେଇ ସହରରେ ଆବର୍ଜନା ପକାଇବା ଜାରି ରଖିଛନ୍ତି ବୋଲି ସେ ନିଜର ଅସହାୟତା ପ୍ରକାଶ କରିଛନ୍ତି। ଆଜି ପୁନର୍ବାର ଆର୍ବଜନା ପକାଯାଇଥିବା ଜାଣିବା ପରେ ସେ ପୁଣି ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ କହିଛନ୍ତି ବୋଲି ସୂଚନା ଦେଇଛନ୍ତି। ପୌର ପରିଷଦର ନିର୍ବାହୀ ‌ଅଧିକାରୀ ଶୁଭେନ୍ଦୁ ଜେନାଙ୍କ ସହ ଯୋଗାଯୋଗ କରିବାରୁ ସେ କୁହନ୍ତି, ଆଜି ଖେଳପଡ଼ିଆରେ ଅାବର୍ଜନା ପକାଯାଇ ନାହିଁ। ବରଂ, ଖେଳ ପଡ଼ିଆରେ ପଡ଼ିଥିବା ଆବର୍ଜନାଗୁଡିକ ଆମେ ଆଜି ଉଠାଇଛୁ। ସହରରୁ ବାହାରିଥିବା ଆବର୍ଜନାକୁ କୁଶାସିଂହା ଡମ୍ପିଂୟାର୍ଡରେ ପକାଇଛୁ ବୋଲି ସେ ସଫେଇ ଦେଇଛନ୍ତି। ବାସ୍ତବତା କିନ୍ତୁ ଭିନ୍ନ। ଅପରାହଣରେ ଏହି ଆବର୍ଜନା ଗଦାରେ ନିଆଁ ଲଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର