ବନ୍ତଳା: ଟ୍ରକ ଧକ୍କାରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ମୃତ

ବନ୍ତଳା: ଅନୁଗୁଳ ବ୍ଲକ ସଦର ଥାନା ଅନ୍ତର୍ଗତ ଚନ୍ଦ୍ରବାହାଳ ଗ୍ରାମ ନିକଟରେ ଆଜି ସକାଳେ ଏକ ଟ୍ରକ ଧକ୍କାରେ ଜଣେ ବୃଦ୍ଧଙ୍କ ପ୍ରଣାହାନି ଘଟିଛି।ବୃଦ୍ଧ ଜଣଙ୍କ ଅବସର ପ୍ରାପ୍ତ ପୁଲିସ କର୍ମଚାରୀ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସଦର ଥାନା ଅନ୍ତର୍ଗତ ଚନ୍ଦ୍ରବାହାଳ ଗ୍ରାମର ନଟବର ବେହେରା(୭୦) ଆଜି ସକାଳ ପ୍ରାୟ ୯ଟା ବେଳେ ସାଇକେଲ ଯୋଗେ ଗାଁ ଛକ ନିକଟକୁ ଆସିଥିଲେ। ତେବେ ସେଠାରେ ଛିଡା ହୋଇଥିବା ବେଳେ ଅନୁଗୁଳ ପାର୍ଶ୍ଵରୁ ସମ୍ବଲପୁର ଆଡକୁ ଯାଉଥିବା ଏକ ଟ୍ରକ ତାଙ୍କୁ ପଛ ପଟରୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘଟଣା କରିଥିଲେ। ସଦର ପୁଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର