ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ଏଏସଆଇ ବି. ଏନ. ସାହୁ ସାଦା ପୋଷାକରେ ମଦୁଅଙ୍କୁ କାବୁ କରିବାକୁ ଯାଇଥିବା ବେଳେ ଦୁଇ ମଦୁଆ ଯୁବକଙ୍କ ଠାରୁ ନିର୍ଘାତ ମାଡ଼ ଖାଇଛନ୍ତି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ବନ୍ତଳା ଥାନା ପୁଲିସ ଉଭୟ ଯୁବକଙ୍କୁ ଦଫା ୩୦୭ରେ ଗିରଫ କରି କୋର୍ଟ ଚାଲାଣ କରିଛି।
ଘଟଣାରୁ ପ୍ରକାଶ ଯେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳକୁ ବନ୍ତଳା ଛକରେ ବଲଙ୍ଗ ଗ୍ରାମର ଅଲୋକ ସାହୁ(୨୪)ଓ ମହେଶ କୁମାର ସ୍ବାଇଁ(୨୩) ପ୍ରମୁଖ ଦୁଇ ଯୁବକ ମଦ୍ୟପାନ କରିଥିଲେ।ବନ୍ତଳା ଛକରେ କିଛି ସମୟ ଉତ୍ପାତ କରିଥିଲେ। ଏନେଇ ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ବନ୍ତଳା ଥାନା ପୁଲିସ କୁ ଖବର ଦେଇଥିଲେ।ଘଟଣା ସମ୍ପର୍କରେ ଖବର ପାଇ ବନ୍ତଳା ଥାନା ଏଏସଆଇ ଶ୍ରୀ ସାହୁ ବନ୍ତଳା ଛକରେ ପହଞ୍ଚିଥିଲେ। କିଛି ମିନିଟ ପୂର୍ବରୁ ବନ୍ତଳା ଛକରୁ ଦୁଇ ଦୁଇ ଯୁବକ ପୁଣି ମଦ କିଣିବାକୁ ବନ୍ତଳା ଥାନା ଠାରୁ ୧୦୦ମିଟର ଦୂରରେ ଥିବା ମଦ ଦୋକାନକୁ ଯାଇଥିବା ଜାଣି ଏଏସଆଇ ଶ୍ରୀ ସାହୁ ସେଠାରେ ଏକା ସାଦା ପୋଷାକରେ ପହଞ୍ଚିଥିଲେ। ଶ୍ରୀ ସାହୁ ହଠାତ ବାଇକ ରୁ ଚାବି ଛଡାଇ ନେଇଥିଲେ। ଯେଉଁଥି ପାଇ ନିଶାଶକ୍ତ ଅବସ୍ଥାରେ ଥିବା ଦୁଇ ଯୁବକ ଏଏଏସଆଇ ଶ୍ରୀ ସାହୁଙ୍କୁ ନିର୍ଧୁମ ଛେଚିଥିଲେ। ଯୁବକଙ୍କ କବଳରୁ ବଞ୍ଚାଇବା ପାଇଁ ଶ୍ରୀ ସାହୁ ଚିତ୍କାର କରିବା ସହିତ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲେ।ତେବେ ସ୍ଥାନୀୟ ଲୋକମାନେ ସମ୍ପୃକ୍ତ ଦୁଇ ଯୁବକଙ୍କ କବଳରୁ ପୁଲିସ କର୍ମଚାରୀଙ୍କୁ ମୁକୁଳାଇଥିଲେ। ଏଭଳି କାଣ୍ଡ କରିଥିବା ଦୁଇ ଯୁବକଙ୍କୁ ପୁଲିସ ଆଜି ଗିରଫ କରିଛି। ଉଭୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ବନ୍ତଳା ଥାନା ଅଧିକାରୀ ଗୀତାଞ୍ଜଳି ସାହୁ ସମ୍ବାଦ କୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/fighting.jpg)