ଅନୁଗୁଳ: ସେକ୍ସ ର୍ୟାକେଟ୍ ସନ୍ଦେହରେ ଆଜି ଅନୁଗୁଳ ଥାନା ପୁଲିସ ଗାନ୍ଧୀମାର୍ଗସ୍ଥିତ ଏକ ଘରୋଇ ଗେଷ୍ଟ ହାଉସ୍ରେ ଚଢ଼ାଉ କରି ଜଣେ କଲେଜ ଛାତ୍ରୀ ଓ ଯୁବକଙ୍କୁ ଧରିଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ଜଣାପଡିବା ପରେ ପୁଲିସ ଦୁହିଁଙ୍କୁ ତାଗିଦ କରି ଛାଡ଼ି ଦେଇଛି। ଯୁବକ ଜଣ ତାଳଚେର ସାଉଥ୍ବଲଣ୍ଡା ଅଞ୍ଚଳର ଜଣେ ଇଞ୍ଜିନିୟରିଂ ଛାତ୍ର (୨୩) ହୋଇଥିବା ବେଳେ ଯୁବତୀ ଜଣକ ନାଲ୍କୋନଗର ଥାନା ଅଞ୍ଚଳର ଜଣେ ୧୮ ବର୍ଷୀୟା କଲେଜ ଛାତ୍ରୀ। ଉଭୟ ଗେଷ୍ଟ ହାଉସ୍ରେ ଏକାଠି ଥିବା ବେଳେ ଖବର ପାଇ ପୁଲିସ ସେଠାରେ ଚଢ଼ାଉ କରିଥିଲା। ସତ ଉଗାଳିବା ଲାଗି ପୁଲିସ ଉଭୟଙ୍କୁ କିଛି ଘଣ୍ଟା ଅଟକ ରଖି ପଚରାଉଚରା କରିଥିଲା। ତେବେ ଦୁହେଁ ପରସ୍ପରକୁ ପ୍ରେମ କରୁଥିବା ପ୍ରକାଶ କରିବା ପରେ ସେମାନଙ୍କୁ ଛାଡି ଦିଆଯାଇଥିବା ଅନୁଗୁଳ ଥାନା ଆଇଆଇସି ସୁକୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
ଗେଷ୍ଟ ହାଉସ୍ରେ ଚଢ଼ାଉ:ତାଗିଦ୍ କରି ପ୍ରେମୀଯୁଗଳଙ୍କୁ ଛାଡ଼ିଲା ପୁଲିସ୍
/sambad/media/post_attachments/wp-content/uploads/2018/02/kiss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)