ଆତ୍ମାହୁତି ଉଦ୍ୟମ ବେଳେ ୩ ଛାତ୍ରୀଙ୍କୁ ଉଦ୍ଧାର କଲା ପୁଲିସ

ଅନୁଗୁଳ: ଆତ୍ମାହୁତି ଉଦ୍ୟମ ବେଳେ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୁଲିସ। ଏହି ଯୁବତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ଆସିଥିଲେ। ସେମାନେ ଛେଣ୍ଡିପଦାର ଏକ ନର୍ସିଂ କଲେଜରେ ପାଠ ପଢୁଥିଲେ। ନର୍ସିଂ କଲେଜରେ ଆଡମିସନ ପରେ ମଧ୍ୟ ଉକ୍ତ ୩ ଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ଛାତ୍ରୀମାନେ ବ୍ୟଥିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ଆସିଥିଲେ।

ତେବେ ପୁଲିସ ସେମାନଙ୍କୁ ଏଥିରୁ ନିବୃତ୍ତ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ପେଟ୍ରୋଲ ଓ ଦିଆସିଲି ଜବତ କରିଛି ପୁଲିସ।

ସମ୍ବନ୍ଧିତ ଖବର