ନିଯୁକ୍ତି, କ୍ଷତିପୂରଣ ଓ ଥଇଥାନ ଦାବିରେ ଛେଳିଆ ଗ୍ରାମବାସୀଙ୍କ ଖଣି ସମ୍ମୁଖରେ ବିକ୍ଷୋଭ

ତାଳଚେର: କଣିହାଁ କୋଇଲାଖଣି ଦ୍ୱାରା କ୍ଷତିଗ୍ରସ୍ତ ଛେଳିଆ ଗ୍ରାମବାସୀଙ୍କୁ ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ମିଳିବା ଦାବିରେ ଆଜି ସକାଳୁ କଣିହାଁ କୋଇଲା ଖଣି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସ୍ଥାନୀୟ ବଡତ୍ରିବିଡା ସରପଞ୍ଚ ଶାନ୍ତନୁ ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଉପସ୍ଥିତ ରହି ଧାରଣାରତ ଲୋକଙ୍କ ସହିତ ଆଲୋଚନା କରୁଥିବା ଜଣାପଡିଛି।

କଣିହାଁ କୋଇଲା ଖଣି ଦ୍ୱାରା ଛେଳିଆ ଗ୍ରାମବାସୀଙ୍କ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରି ସେମାନଙ୍କୁ ନିଯୁକ୍ତି ଥଇଥାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ଗ୍ରାମର କେତେକ ଲୋକଙ୍କୁ ଜମି ଅଧିଗ୍ରହଣ କରି ଜମିର କ୍ଷତିପୂରଣ ଅର୍ଥ ପ୍ରଦାନ କରିଥିଲେ, ଆଉ କିଛି ଲୋକ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ଅର୍ଥ ପାଇବାରେ ବିଳମ୍ବ ଘଟିଛି, ନିଯୁକ୍ତି ଓ ଥଇଥାନ କରିବେ ଖଣି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଅର୍ଥ ପ୍ରଦାନ କରାଗଲା ନାହିଁ, କେବଳ ପ୍ରତିଶ୍ରୁତି ମିଳିବା ଛଡା ଅନ୍ୟ କିଛି ନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି। ସେହି ସମୟରେ ଅନୁଗୁଳର ପୂର୍ବତନ ଜିଲ୍ଲାପାଳ ଗତ ୨୦୦୦ ମସିହା ଡ଼ିସେମ୍ବର ୩୧ ତାରିଖ ସୁଦ୍ଧା ଗ୍ରାମବାସୀଙ୍କୁ ନିଯୁକ୍ତି ଦେଇ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକମାନଙ୍କୁ କୋଣସି ନିଯୁକ୍ତି କିମ୍ବା ଥଇଥାନ କରାଗଲା ନାହିଁ, ସେମାନେ ଆପତ୍ତି କରି କରି ବିଫଳ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର