ବଅଁରପାଳ: ଅନୁଗୁଳଜିଲ୍ଲା ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ରାଜୀବ ଗାନ୍ଧୀ ଉଦ୍ୟାନ ପାର୍କ ଏବେ ଅବହେଳିତ ଅବସ୍ଥାରେ ରହିଥିବା ବେଳେ ଏଥିପ୍ରତି କାହାରି ଦୃଷ୍ଟି ନାହିଁ । ଲୋକସଭା ସାଂସଦ ରାହୁଲ ଗାନ୍ଧୀ ୯ ମାର୍ଚ୍ଚ ୨୦୦୮ରେ ବଅଁରପାଳ ଆସି ଏହି ପାର୍କକୁ ଉଦଘାଟନ କରିଥିଲେ l କିନ୍ତୁ ୧୭ ବର୍ଷ ବିତିଥିଲେ ମଧ୍ୟ୍ୟ କୌଣସି ପ୍ରଶାସନ ସ୍ତରରେ ଦୃଷ୍ଟି ନପଡିବାରୁ ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇଥିଲାବେଳେ ରାତ୍ର ସମୟରେ ଜଙ୍ଗଲୀ ବାରାହା ପାର୍କ ଭିତରେ ଦେଖିବାକୁ ମିଳୁଛି l ପୂର୍ତତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ବ୍ରୋଞ୍ଜରେ ତିଆରି ହୋଇଥିବା ପ୍ରତିମୂର୍ତ୍ତି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି l ସିମେଣ୍ଟ ଚେୟାରଗୁଡ଼ିକ ଭୁଶୁଡି ପଡିଲାଣି | ଫଳରେ ଏଠାକୁ ଆସୁଥିବା ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି।
ପୂର୍ବରୁ ଏହି ପାର୍କ ଅତି ସୁନ୍ଦର ସହିତ ସୁସଜ୍ଜିତ ବିଭିନ୍ନ ରକମର ଗଛଲତା ଦେଖିବାକୁ ମିଳୁଥିଲା। ଜିଲ୍ଲାରୁ ବିଭିନ୍ନ କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ଲୋକମାନେ ଏଠାକୁ ବୁଲିବାକୁ ଆସୁଥିଲେ। ବର୍ତ୍ତମାନ ଏହି ପାର୍କ ଶ୍ରୀହୀନ ଅବସ୍ଥାରେ ପଡିରହିଛି। ଏହି ଉଦ୍ୟାନ କେବଳ ଉଦ୍ୟାନ ନୁହେଁ ଏହା ବଅଁରପାଳ ଅଞ୍ଚଳ ପାଇଁ ଗର୍ବ। ଏହି ପରିପ୍ରେକ୍ଷୀରେ ପାର୍କର ଅବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀ ଓ ବିଭିନ୍ନ ସୁରକ୍ଷା ସଂଗଠନ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ରାଜୀବ ଗାନ୍ଧୀ ଉଦ୍ୟାନ ପାର୍କ ଯେଉଁଠାରୁ ବଅଁରପାଳ ଅଞ୍ଚଳରେ ଦୃଶ୍ୟମାନ ହେଉଛି । ଏହା ଏକ ପ୍ରମୁଖ ସ୍ଥାନ ଏବଂ ପାରିବାରିକ ସମୟ ଅତିବାହିତ କରିବାର ସ୍ଥାନ । କିନ୍ତୁ ଆଜି ଏହା ଅବହେଳିତ ଅବସ୍ଥାରେ ରହିଥିବାରୁ ଏଠାକୁ ଆସିବାକୁ ଲୋକମାନେ ଇଚ୍ଛାପ୍ରକାଶ କରୁନାହାନ୍ତି । ଏହି ପାର୍କର ମରାମତି ଏବଂ ସୌନ୍ଦର୍ଯ୍ୟକରଣକୁ ପ୍ରାଥମିକତା ଦେବାକୁ ଜିଲ୍ଲା ପ୍ରଶାସନର ଆନ୍ତରିକତା ନଥିବା ଜଣାଯାଉଛି l ଜିଲ୍ଲା ପ୍ରଶାସନ ଏ ପାର୍କ ପ୍ରତି ଦୃଷ୍ଟି ଦେଇ ପାର୍କର ସୌନ୍ଦର୍ଯ୍ୟକରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/08/02/20b38c1b-8e8f-4407-adac-4a085d7ff8a6-2025-08-02-21-25-41.jpg)