ବନ୍ତଳା: ଅନୁଗୁଳ ବ୍ଳକ ଜଗନ୍ନାଥପୁର ପଞ୍ଚାୟତ ବୁର୍ତି ଗ୍ରାମରେ ଏକ ଆମ୍ବ ଗଛ ମଧ୍ୟରେ ହାତୀର ଗୋଡ଼ ଫସି ଯାଇଥିଲା। ଫଳରେ ପ୍ରାୟ ୪ଘଣ୍ଟା ଧରି ହାତୀଟି ସେଠାରେ ଛଟପଟ ହୋଇଥିଲା।
ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନ ଅନ୍ତର୍ଗତ ବୁର୍ତି ଗ୍ରାମ ନିକଟରେ ଥିବା ଆମ୍ବ ବଗିଚାରେ ଆଜି ରାତି ପ୍ରାୟ ୪ଟା ବେଳକୁ ଏକ ଅଣ୍ଡିରା ହାତୀ ଛୁଆ (୫ବର୍ଷ)ଆମ୍ବ ଖାଇବାକୁ ଯାଇଥିଲା ବେଳେ ଆମ୍ବ ଗଛ ମଧ୍ୟରେ ତାର ଗୋଟିଏ ଗୋଡ଼ ଫସି ଯାଇଥିଲା।ଘଟଣା ସମ୍ପର୍କରେ ସକାଳେ ଜଣା ପଡିବା ପରେ ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ।ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ହାତୀକୁ ସେଠାରୁ ଉଦ୍ଧାର କରିଥିଲେ। ତେବେ ସେ ଆହତ ହୋଇଥିବାରୁ ତାର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।ତେବେ ହାତୀଟି ନିଜ ଦଳ ସହ ଆସିଛି ନା ଏକୁଟିଆ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି। ଏବେ ହାତୀଟି ଠିକ୍ ଭାବେ ଚାଲିପାରୁ ନଥିବା ହେତୁ ସେଠାରେ ତାର ଚିକିତ୍ସା କରାଯାଉଥିବା ଜଣାଯାଇଛି।