ନାଲକୋନଗର: ଭାରସାମ୍ୟ ହରାଇ କାର୍‌ ଦୁର୍ଘଟଣା ଗ୍ରସ୍ତ

ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ମେଡିକାଲ ଛକ ନିକଟରେ ଶୁକ୍ରବାର ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଟାଉନସିପ ଅଞ୍ଚଳରୁ ଡାକ୍ତରଖାନା ଅଭିମୁଖେ ଆସୁଥିବା ମାରୁତି କାର(ଓଡି୧୯ଜି ୯୦୮୯) ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ଧକ୍କା ଦେଇଥିଲା। ଚାଳକଙ୍କର କୌଣସି ଅସୁବିଧା ହୋଇ ନଥିବା ବେଳେ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ଥିଲା। ଦୁର୍ଘଟଣା ଗ୍ରସ୍ତ କାରଟି ପୁଲିସ ଦ୍ୱାରା ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର