ଅନୁଗୁଳ: ଜାତୀୟ ରାଜପଥ ୫୫ ନମ୍ବର ଅନୁଗୁଳ ବ୍ଲକ ଅନ୍ତର୍ଗତ ବଡ଼କେରା ଛକ ନିକଟରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ସହରକୁ ସଂଯୋଗ କରୁଥିବା ଏହି ବାଇପାସ ଛକରେ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଏକ ଚାରିଚକିଆ ଗାଡ଼ି ବାଇକ ଚାଳକଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଛି। ଫଳରେ ଘଟଣାସ୍ଥଳରେ ବନ୍ତଳା ଥାନା ଅନ୍ତର୍ଗତ ଗୁରାଙ୍ଗ ଗାଁର ଗଣେଶ୍ୱର ନାୟକଙ୍କ ପୁଅ ଭାସ୍କର ନାୟକଙ୍କ ମୃତ୍ୟୁ ହୋଇଛି।

Advertisment

publive-image

ଦୁର୍ଘଟଣାର ପ୍ରାୟ ଏକ ଘଣ୍ଟା ପରେ ମଧ୍ୟ ପୁଲିସ କିମ୍ବା କୌଣସି ଅଧିକାରୀ ପହଞ୍ଚି ନଥିବାରୁ ବଡ଼କେରା ଛକରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ସମ୍ବଲପୁରରୁ କଟକକୁ ଯାଉଥିବା ହଜାର ହଜାର ଗାଡ଼ି ଅଟକି ରହିଛି। ସେହିଭଳି ଅନୁଗୁଳରୁ ବଡ଼କେରା ଛକ ଦେଇ ଆଠଗଡ଼ ପଟକୁ ଯାଉଥିବା ଲୋକେ ମଧ୍ୟ ଅଟକି ଯାଇଛନ୍ତି।

ସୂଚନାଯୋଗ୍ୟ ଅନୁଗୁଳ ସହରକୁ ଗାଡ଼ି ପ୍ରବେଶ ସଂଖ୍ୟା କମ୍‌ କରିବା ନେଇ ଏହି ରାସ୍ତାକୁ ବଡ଼ ମାଧ୍ୟମ ହେବ ବୋଲି କୁହାଯାଉଥିଲା। ମାତ୍ର ଏହି ଛକରେ ମଝିରେ ମଝିରେ ଦୁର୍ଘଟଣା ଘଟୁଥିବାର ଅନୁମାନ କରାଯାଇଛ।