ଅନୁଗୁଳ: ହାଇୱେ ଡକାୟତି କରୁଥିବା ଅନେକ ଗ୍ୟାଙ୍ଗକୁ କିଛି ମାସ ପୂର୍ବରୁ ଅନୁଗୁଳ ପୁଲିସ ଧରିଥିବା ବେଳେ ଏବେ ପୁଣି ନୂଆ ଗୋଷ୍ଠୀ ସକ୍ରିୟ ହୋଇଛନ୍ତି। ଗତ ୨୩ ତାରିଖ ବିଳମ୍ବିତ ରାତିରେ ପୁଲିସର ସତର୍କତା ଯୋଗୁଁ ଆଉ ଏକ ଡକାୟତି ଉଦ୍ୟମ ପଣ୍ଡ ହୋଇଥିଲା। ଗ୍ୟାଙ୍ଗଲିଡର ଅନୁଗୁଳ ରାଧାରମଣ ପଡ଼ାର ତୋଫାନ ଦେହୁରୀ, ଶିମିଳିପଡ଼ାର ବୁନୁ ଓରଫ ସନ୍ଦୀପ କୁମାର ଥମ୍ବ, ଶିକ୍ଷକପଡ଼ାର ଦିଗ୍ବିଜୟ ନାଏକ, କୁମଣ୍ଡର ଅଭି ଓରଫ ଅଭିମନ୍ୟୁ ନାଏକ, େଛଣ୍ଡିପଦା ଥାନା ସାନ୍ତରାବନ୍ଧର ତପନ କୁମାର ପ୍ରଧାନକୁ ପୁଲିସ ଗିରଫ କରିଥିଲା। କୋର୍ଟରେ ଜାମିନ ନହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଗତ ୨୫ ତାରିଖ ଦିନ ‘ସମ୍ବାଦ’ରେ ‘ଡକାୟତି ଉଦ୍ୟମ ପଣ୍ଡ’ ଶୀର୍ଷକ ଖବରରେ ଦିଗ୍ବିଜୟ ନାଏକଙ୍କ ନାମ ପରିବର୍ତ୍ତେ ଭୁଲ୍କ୍ରମେ ଦିଲେଶ୍ବର ନାଏକଙ୍କୁ ଗିରଫ କରାଯାଇଥିବା ସଂକ୍ରାନ୍ତରେ ପ୍ରକାଶ ପାଇଥିଲା। ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଦୁଃଖିତ।
ଜେଲ୍ ହାଜତରେ ଡକାୟତ
/sambad/media/post_attachments/wp-content/uploads/2019/03/Jail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)