ନାଲକୋ ନଗର : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରେ ଗତକାଲି ବିଳମ୍ବିତ ରାତିରେ ସ୍ପ୍ରେ ମାରି ଡକାୟତି ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଗ୍ରୀଲ ତାଡି ସ୍ପ୍ରେ ମାରୀ ଜନୈକ ନାଲକୋ କର୍ମଚାରୀଙ୍କ ଘରେ ପଶିବା ସହ ଲକ୍ଷାଧିକ ଟଙ୍କା ଓ ଗହଣା ଲୁଟ୍ କରିନେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଡକାୟତି ହୋଇଥିବା ଘର ମାଲିକ ବିକ୍ରମ ସାହୁ ନାଲକୋ ପ୍ଲାଣ୍ଟ କୁ ଡିଉଟିକୁ ଯାଇଥିଲେ । ଘରେ ପୁରୁଷ ଲୋକ ନଥିବାର ସୁଯୋଗ ନେଇ ଡକାୟତି କରିଥିବା ପୁଲିସ ଅନୁମାନ କରୁଛି । ଖାଲି ସେତିକି ନୁହେଁ ଡକାୟତମାନେ ପ୍ରଥମେ ପଦ୍ମାବତୀ ସାହୁଙ୍କ ପାଖ ଘରର ସିଡ଼ି ଘରୁ ଏକ ଶାବଳ ଆଣିଥିଲେ । ପରେ ପଡୋଶୀ ଙ୍କ ବାହାର ପଟୁ ବାଟ ପକାଇ ଦେଇଥିଲେ।ପଦ୍ମାବତୀ ସାହୁଙ୍କ ଘରର ପଛ ପାଖ ଝରକା କୁ ସାବଳ ରେ ତାଡି ଘର ଭିତରକୁ ପ୍ରବେଶ କରି ଦୁଇଟି ଆଲମାରୀ ରୁ ଟଙ୍କା ଓ ସୁନା ଗହଣା ଓ ପୁଅ ଜନ୍ମଦିନ ରେ ଉଠିଥିବା ଟଙ୍କା ଉପହାର ଗାମୁଛା ରେ ଗୁଡ଼ାଇ ନେଉଥିବା ବେଳେ ଖଡ଼ ଖାଡ଼ ଶବ୍ଦ ଆସିବାରୁ ଘର ଭିତରେ ଶୋଇଥିବା ଦୁଇ ଭଉଣୀ ପଦ୍ମାବତୀ ସାହୁ ଓ ଇନ୍ଦୁମାଟି ସାହୁ ଉଠି ପଡ଼ିଥିଲେ । ଶୋଇଥିବା ଘରକୁ ଡକାୟତି ଦଳ ବନ୍ଦ କରିଥିବାରୁ ପଦ୍ମାବତୀ ସାହସ ଜୁଟାଇ ବନ୍ଦ ଥିବା ପ୍ଲାଇ କବାଟ କୁ ଭାଙ୍ଗି ଦେଇ ପନିଖି ଧରି ଡକାୟତି କରୁଥିବା ଦୁର୍ବୁକ୍ତ ଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ । ଡକାୟତି ଦଳ ପାଖରେ ରଖିଥିବା ସ୍ପ୍ରେ ମୁହଁକୁ ମାରି ଝରକା ପାଖେ ଚାଲି ଯାଇଥିଲେ।ବୋଲି ଜଣାଯାଇଛି । ଏହି ଘଟଣା ରାତି ସାଢେ ଦୁଇଟାରୁ ୩ଟା ଭିତରେ ଘଟିଥିବା କୁହାଯାଉଛି । ତେବେ ଡକାୟତମାନେ ଘରେ ଥିବା ଇମିଟେସନ ଗହଣା କୁ ଛାଡି ଦେଇଥିବା ଦେଖିବାକୁ ମିଳିଛି । ପରେ ପଡୋଶୀଙ୍କୁ ପଦ୍ମାବତୀ ଡାକିଥିଲେ ମଧ୍ୟ କବାଟ ବନ୍ଦ ଥିବାରୁ ସେ ଆସିପାରି ନଥିଲେ । ଏ ନେଇ ପ୍ରଥମେ ପଦ୍ମାବତୀ ନିଜ ସ୍ୱାମୀ ବିକ୍ରମ ସାହୁ ଓ ପୁଲିସ ଙ୍କୁ ଅବଗତ କରାଇ ଥିଲେ । ମଧ୍ୟ ରାତ୍ରିରେ ନାଲକୋ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଜଣାଯାଇଛି । ତାଙ୍କ ଘରୁ ୧୦ ଲକ୍ଷ ଟଙ୍କା ଓ ୮୦ଭରୀ ସୁନା ଚୋର କରିଥିବା ନେଇ ପଦ୍ମାବତୀ ସାହୁ (୪୫)ଆଜି ନାଲକୋ ଥାନାରେ ଅଭିଯୋଗ କରିଛନ୍ତି ।