ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ସହରରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ମହେଶ ଅଗ୍ରଓ୍ଵାଲଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତ୍ତ ୧୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଭୋର୍ ସମୟରେ ଶ୍ରୀ ଅଗ୍ରଓ୍ଵାଲ ଦୋକାନ ଖୋଲି ଗତରାତିର ହିସାବ କରୁଥିବାବେଳେ ୪ ଜଣ ଦୁର୍ବୃତ୍ତ ହଠାତ୍ ଦୋକାନ ଭିତରକୁ ପଶି ଆସିଥିଲେ। ମୁଣ୍ଡରେ ବନ୍ଧୁକ ଲଗାଇବା ସହିତ ତାଙ୍କ ହାତ ଗୋଡ଼ ଓ ମୁହଁକୁ ବାନ୍ଧି ପକାଇଥିଲେ। ଲକର ଚାବି ନେଇ ୧୨ ଲକ୍ଷ ଟଙ୍କା ଏବଂ ତାଙ୍କର ୨ଟି ମୋବାଇଲ ଫୋନ୍ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣା ପ୍ରତିବାଦରେ ଆସନ୍ତାକାଲି ବ୍ୟବସାୟୀ ସଂଘ ପକ୍ଷରୁ ଆଠମଲ୍ଲିକ ବନ୍ଦ ଡାକରା ଦିଆଯାଇଛି।