ବଅଁରପାଳ: ବଅଁରପାଳ ବ୍ଲକ୍ ବଉଳିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ପଦବି ଖାଲି ପଡ଼ିଛି। ଏପରି ସ୍ଥିତିରେ ଏଠାରୁ ଶିକ୍ଷକ ବଦଳିକୁ ନେଇ ଅସନ୍ତୁଷ୍ଟ ଅଭିଭାବକମାନେ ବିଦ୍ୟାଳୟ ଶ୍ରେଣୀ ଗୃହରେ ତାଲା ପକାଇ ଦେଇଥିବା ଜଣାଯାଇଛି। ପ୍ରକାଶ ଯେ, ପୂର୍ବରୁ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୫୭ ଜଣ ଛାତ୍ରଛାତ୍ରୀଙ୍କୁ ୭ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ପାଠ ପଢ଼ାଉଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ କିଛଦିନ ତଳେ ହଠାତ୍ ଅନ୍ୟତ୍ର ବଦଳି କରାଯାଇଛି। ଅନ୍ୟ ୫ଜଣଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ଗର୍ଭବତୀ ଥିବାରୁ ଛୁଟିରେ ଥିବା ବେଳେ ଆଉ ଜଣେ ସିଆରସିସି ଭାବେ କାର୍ଯ୍ୟ କରୁଛନ୍ତି । ଫଳରେ ବର୍ତ୍ତମାନ ପ୍ରଧାନ ଶିକ୍ଷକ, ଜଣେ ଶିକ୍ଷକ, ଜଣେ ଶିକ୍ଷୟିତ୍ରୀ ଏପରି ୩ଜଣଙ୍କ ପକ୍ଷେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା କଷ୍ଟକର ହୋଇପଡ଼ିଛି। ଆବଶ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ଅସୁବିଧା ସମୁଖୀନ ହେଉଛନ୍ତି। ବାରମ୍ବାର ଉକ୍ତ ସମସ୍ୟା ବିଷୟରେ ଅଭିଭାବକମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରା ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ବ୍ୟବସ୍ଥା କରାଯାଇ ନାହିଁ। ଦୀର୍ଘ ଦିନ ଧରି ସ୍କୁଲରେ ଥିବା ଶିକ୍ଷକ ଅଭାବଜନିତ ସମସ୍ୟାର ସମାଧାନ ନ ହେବାରୁ ଅଭିଭାବକମାନେ ଏକତ୍ରିତ ହୋଇ ଆଜି ସ୍କୁଲର ଶ୍ରେଣୀ ଗୃହ ଓ ରୋଷେଇ ଘରେ ତାଲା ପକାଇଥିଲେ। ପିଲାମାନେ ବାରଣ୍ଡାରେ ପାଠ ପଢ଼ିଥିଲେ। ଯଥାଶୀଘ୍ର ଉକ୍ତ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି।
ଶିକ୍ଷକ ବଦଳି ପ୍ରତିବାଦରେ ଶ୍ରେଣୀଗୃହରେ ତାଲା
/sambad/media/post_attachments/wp-content/uploads/2019/02/ang23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)