ବନ୍ତଳା: କରୋନା କଟକଣା ପରେ ଦୀର୍ଘ ଦୁଇ ବର୍ଷ ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିଛି। ତେବେ ଏପରି ଏକ ବିଦ୍ୟାଳୟ ରହିଛି ଯେଉଁ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି। ଫଳରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଏଠାରେ ଜଳଜଳ ହୋଇ ଦେଖାଯାଇଛି।

Advertisment

ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ଖିଣ୍ଡା ପଞ୍ଚାୟତର ମରଣ୍ଡା ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ରହିଛନ୍ତି। ଏହି ବିଦ୍ୟାଳୟରେ ପୂର୍ବରୁ ମୋଟ ୪ଜଣ ଶିକ୍ଷକ ରହିଥିବା ବେଳେ ତାଙ୍କ ମଧ୍ୟରୁ ଜଣେ ଡେପୁଟିସନରେ ସିଆରସିସି ଭାବରେ ଏବେ କାର୍ଯ୍ୟ କରୁଛନ୍ତି। ସେହିପରି ଜଣେ ଶିକ୍ଷକ ଅନ୍ୟତ୍ର ବଦଳି ଓ ଅନ୍ୟ ଜଣେ ଅବସର ନେଇଛନ୍ତି। ତେବେ ମରଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଏବେ ମୋଟ ୧୦୮ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ପାଞ୍ଚଟି ଶ୍ରେଣୀ ପାଇଁ ମାତ୍ର ଜଣେ ଶିକ୍ଷକ ରହିଛନ୍ତି। ଏହାଫଳରେ ଜଣେ ଶିକ୍ଷକ ପାଞ୍ଚଟି ଶ୍ରେଣୀରେ କିପରି ପାଠ ପଢ଼ାଇବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

publive-image

ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବାକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁଃଶାସନ ଦେହୁରୀଙ୍କ ସମେତ ଅନ୍ୟ ସଦସ୍ୟମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ତେବେ ଦୀର୍ଘ ଦିନ ହେଲା ବିଦ୍ୟାଳୟରେ ଏପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ଦିଆଗଲା ନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଆଜି ଗ୍ରାମର ଲୋକମାନେ ଶିକ୍ଷକ ନିଯୁକ୍ତି ଦାବିରେ ଆଜି ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ। ଯେ ପର୍ଯ୍ୟନ୍ତ ବିଦ୍ୟାଳୟରେ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦିଆନଯାଇଛି ସେପର୍ଯ୍ୟନ୍ତ ବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥାନୀୟ ଲୋକମାନେ ବନ୍ଦ କରିଛନ୍ତି।