କଣିହାଁ: ଗତକାଲି ସନ୍ଧ୍ୟାରେ ପ୍ରବଳ ଝଡ଼ତୋଫାନ ହେବା ଫଳରେ ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଶିପୁର ନନ୍ଦ କିଶୋର ହାଇସ୍କୁଲର ଆଜବେଷ୍ଟସ ଛାତ ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଫଳରେ ପଠାପଢ଼ାରେ ବାଧା ସୃଷ୍ଟି ହୋଇଛି ଓ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍କୁଲଘରଗୁଡ଼ିକ ଖୋଲା ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ତେଣୁ ସ୍କୁଲ ଗୃହର ମରାମତି କରିବା ପାଇଁ ପଞ୍ଚୟତବାସୀଙ୍କ ପକ୍ଷରୁ ଦାବି ହୋଇଛି।
କାଳ ବୈଶାଖୀରେ ଉଡ଼ିଗଲା ସ୍କୁଲଘରର ଛପର , ଶିକ୍ଷାଦାନ ବାଧାପ୍ରାପ୍ତ
/sambad/media/post_attachments/wp-content/uploads/2021/04/952f81c0-b21d-4373-9e43-9c4cfd4fb9b0.jpg)