ଅନୁଗୁଳ: ତାଳଚେର ଥାନା ରଙ୍ଗପୁର ଗାଁ ନିକଟରେ ଆଜି ଅପରାହ୍ଣ ପ୍ରାୟ ୫ଟାବେଳେ ୩ ଜଣ ଦୁର୍ବୃତ୍ତ କଣିହାଁ ଥାନା ଗୁଣ୍ଡୁରିନାଳି ଗ୍ରାମର ବୀରେନ ସାମଲଙ୍କଠାରୁ ଟଙ୍କା ଓ ଏକ ନୂଆ ମଟରସାଇକେଲ୍ ଲୁଟି ନେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ବୀରେନ୍ ନମ୍ବର ମିଳିନଥିବା ଏକ ନୂଆ ହିରୋହୋଣ୍ଡା ମଟରସାଇକେଲ୍ରେ ତାଳଚେରଆଡ଼ୁ କଣିହାଁ ଅଭିମୁଖେ ଯାଉଥିଲେ। ଏକ ପଲସର୍ ମଟର ସାଇକେଲ୍ରେ ତିନିଜଣ ଯୁବକ ଯାଇ ଗୋଡ଼ିବନ୍ଧଠାରୁ କିଛି ଦୂର ରଙ୍ଗପୁର ଗାଁ ନିକଟରେ ବୀରେନ୍ଙ୍କ ବାଟ ଓଗାଳିଥିଲେ। ଧମକ ଚମକ ଦେଇ ଦୁର୍ବୃତ୍ତମାନେ ବୀରେନଙ୍କଠାରୁ ମଟରସାଇକେଲ୍, ଏଟିଏମ୍ କାର୍ଡ, ମୋବାଇଲ ଫୋନ୍ ଓ ୪ ହଜାର ଟଙ୍କା ଲୁଟି ନେଇଥିଲେ। ଏ ସଂପର୍କରେ ବୀରେନ ତାଳଚେର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଛି।
ଟଙ୍କା ସହ ବାଇକ୍ ଲୁଟ୍
/sambad/media/post_attachments/wp-content/uploads/2018/01/robbery-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)