କଣିହାଁ: ଅନୁଗୁଳଜିଲ୍ଲା ରେଙ୍ଗାଳି ଥାନା କରଡ଼ାଖମଣ ଗାଁରେ ଅପରାହ୍‌ଣରେ ଅଭାବନୀୟ ଘଟଣା ଘଟିଛି। ୧୦ ଟଙ୍କା କମ ମୂଲ୍ୟରେ ବ୍ରଏଲର କୁକୁଡ଼ା ବିକ୍ରି କରିବାକୁ ନେଇ ବାପ ଓ ପୁଅ ମଧ୍ୟରେ ଝଗଡ଼ା ହେଲା। ରାଗରେ ଦୋକାନରେ ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡ଼ିବା ଉଦ୍ୟମ ସମୟରେ ପୁଅ ନିଜେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି।

Advertisment

ସୂଚନା ଅନୁଯାୟୀ, କଣିହାଁ ବ୍ଲକ୍‌ କରଡ଼ାଖମଣ ଗାଁରେ ସ୍ଥାନୀୟ ଭାଲିଆବଡ଼ା ଗାଁର ସନାତନ ସାହୁଙ୍କର ଏକ ତେଜରାତି ଓ ବ୍ରଏଲର କୁକୁଡ଼ା ଦୋକାନ ଅଛି। ସନାତନ ଓ ପୁଅ ମନୋଜ ଦୁହେଁ ଦୋକାନ କଥା ବୁଝନ୍ତି।

ଆଜି ସକାଳେ ସନାତନ ଏକ କୁକୁଡାକୁ ନିର୍ଦ୍ଧାରିତ ମୂଲ୍ୟଠାରୁ ୧୦ ଟଙ୍କା କମରେ ବିକ୍ରି କରିଥିଲେ। ଏହାକୁ ନେଇ ସନାତନ ଓ ମନୋଜଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ମନୋଜ ଦୋକାନରେ ବିକ୍ରି କରିବାକୁ ରଖିଥିବା ପେଟ୍ରୋଲକୁ କାଢ଼ି ଦୋକାନରେ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ। ହେଲେ ନିଆଁ ମନୋଜଙ୍କ ଦେହରେ ଲାଗିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ମନୋଜଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

angul