ଛେଣ୍ଡିପଦା : ବିବାହ ପାଇଁ ରାଜି ନହେବାରୁ ଆଜି ଜଣେ ପ୍ରେମପାଗଳ ପୁଅ ନିଜ ଜନ୍ମକଲା ବାପାଙ୍କୁ ପନିକିରେ ହାଣି ହତ୍ୟା କରିଛି। ଛେଣ୍ଡିପଦା ଥାନା କୁକୁରପେଟା ଗାଁରେ ଏହି ଘଟଣା ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ, କୁକୁରପେଟା ଗାଁର କୈଳାସ ନାଏକ(୫୪)ଙ୍କର ୧୬ ବର୍ଷ ତଳେ ପତ୍ନୀ ବିୟୋଗ ଘଟିଥିଲା ବେଳେ ଘରେ ଦୁଇ ପୁଅ ଅଛନ୍ତି। ସେ ଆଜି ପୂର୍ବାହ୍ଣ ସାଢ଼େ ୧୧ଟାବେଳେ ଘରେ ନିଜେ ଭୋଜି ରାନ୍ଧି ‘ବାଳକ ଭୋଜନ’ ଦେଉଥିଲେ। ସାହିର ପିଲାମାନେ ଭୋଜି ଖାଇବାକୁ ଖଲି ପାଖରେ ବସିଥିଲେ। କୈଳାସ ଲୁଣ ଆଣିବା ପାଇଁ ଘର ଭିତରକୁ ଯାଇଥିଲା ବେଳେ ଘରେ ଶୋଇଥିବା ବଡ଼ପୁଅ ଜିତେନ୍ଦ୍ର (୨୭) ଅତର୍କିତ ତାଙ୍କ ବାମ ଗୋଡ଼କୁ ପନିକିରେ ଏକ ଚୋଟ ପକାଇଥିଲା। କୈଳାସ ଚିତ୍କାର କରି ଘରୁ ଦୌଡ଼ି ଯାଇ ଏକ କାଠ ଉପରେ ବସି ପଡ଼ିଥିଲେ। ଗୋଡ଼ରୁ ପ୍ରବଳ ରକ୍ତସ୍ରାବ ହେବାରୁ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଏହାପରେ ଡାକ୍ତରଖାନା ନିଆ ଯାଇଥିବାବେଳେ ସେଠାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ପୁଲିସ୍ ଅଭିଯୁକ୍ତ ଜିତେନ୍ଦ୍ରକୁ ଗିରଫ କରିଛି।
ପ୍ରେମପାଗଳ ପୁଅର ଉନ୍ମତ୍ତକାଣ୍ଡ: ବାପାଙ୍କୁ ପନିକିରେ ହାଣି ହତ୍ୟା
/sambad/media/post_attachments/wp-content/uploads/2018/05/Photo-Dead-kailash-naik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)