ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି। ଟଙ୍କା ପାଇଁ ବାପାକୁ ଠେଙ୍ଗାରେ ପିଟି ପିଟି ମାରିଦେଇଛି ପୁଅ। ତଳଗଡ଼ ଗାଁରୁ ସାମ୍ନାକୁ ଆସିଛି ନୃଶଂସ ପୁଅର ଏଭଳି ବର୍ବରକାଣ୍ଡ। ମୃତକ ହେଲେ ବିପ୍ରବର ଭୋଇ। ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ବଳରାମ।

Advertisment

ଦୀର୍ଘଦିନ ହେବ ଟଙ୍କାକୁ କେନ୍ଦ୍ର କରି ବି-ପ୍ରବର ଓ ବଳରାମଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ବାପାକୁ ହତ୍ୟା କରିଛି ପୁଅ। ବନ୍ତଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।