ଅନଗୁଳ: ରବିବାର ସକାଳେ କୁମୁଣ୍ଡ ଗାଁ ପାଖ ଦେଇ ଯାଇଥିବା ସମ୍ବଲପୁର-ଅନଗୁଳ ରେଳପଥରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଶବ ପଡ଼ିଥିବା ଗାଁ ଲୋକେ ଦେଖିଥିଲେ।
ମୃତ ବ୍ୟକ୍ତିଙ୍କର ବୟସ ଆନୁମାନିକ ୫୦ ବର୍ଷ ହେବ। ତା’ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସମ୍ଭବତଃ ସେ ଟ୍ରେନ୍ରୁ ଖସିପଡ଼ିଛନ୍ତି।
ଗ୍ରାମବାସୀଙ୍କ ଠାରୁ ଖବର ପାଇ ଅନଗୁଳ ଥାନା ପୁଲିସ ଘଟଣାସ୍ଥଳକୁ ଯାଇଛି।