ନାଲକୋନଗର: କେନ୍ଦ୍ର ସରକାରଙ୍କ ଶ୍ରମିକ,କୃଷକ ଓ ଜନବିରୋଧୀ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ଆହ୍ୱାନ ରେ ଚଳିତ ମାସ୨୬ତାରିଖ ଦିନ ଦେଶବ୍ୟାପି ଧର୍ମଘଟ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ପାଇଁ ଆଜି ନାଲକୋ ଶ୍ରମିକ କଂଗ୍ରେସ ୟୁନିୟନ କାର୍ଯ୍ୟଳୟ ପରିସର ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

Advertisment

ଓଡିଶାର ଆଇଏନଟିୟୁସିର ସମ୍ପାଦକ କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅୟୋଜିତ ସଭାରେ ଆଇଏନଟିୟୁସିର ଦିଗାମ୍ବର ଗଡନାୟକ,ଏଚଏମଏସ୍ ତ୍ରିଲୋଚନ ପ୍ରଧାନ, ଏଆଇଟିୟୁସି ଦେବାଶିଷ ଘୋଷ,ସିଟୁର ସୁବାସ ସାହୁ, ଏଆଇସିସିଟିୟୁର ତପନ ମହାନ୍ତି,ଏଆଇୟୁଟିୟୁସିର ଭିକାରୀ ପ୍ରଧାନ ପ୍ରମୁଖ ଅନଗୁଳ ଜିଲ୍ଲା କମିଟିର ସଦସ୍ୟଙ୍କ ନେତୃତ୍ୱରେ ଆନ୍ଦୋଳନକୁ କିପରି ସଫଳ ରୂପାୟନ ହେବ ସେ ଉପରେ ଆଲୋକପାତ କରିଥିଲେ। ବକ୍ତା ଭାବରେ ଡ଼. ରାମଚନ୍ଦ୍ର ଖୁଣ୍ଟିଆ,ନିର୍ମଳ ସାମଲ, ବି.ପି.ସାମଲ ,ମାଙ୍ଗୀଲାଲ ସାମଲ,ଉପେନ୍ଦ୍ର ଶର୍ମା, ସିତାରାମ ପ୍ରଧାନ,ରାଧାକାନ୍ତ ସେଠି, ତପନ ମହାନ୍ତି,ଜୟାସେନ ମେହେର,ବ୍ରଜବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ୨୬ତାରିଖରେ କିଭଳି ଦେଶବ୍ୟାପି ଧର୍ମଘଟକୁ ସଫଳ କରାଯିବ, ସେସମ୍ପର୍କରେ  ଆଲୋଚନାରେ ବକ୍ତବ୍ୟ ରଖିଥିଲେ । ଏହି   ବୈଠକରେ ବହୁ ଶ୍ରମିକ ଉପସ୍ଥିତ ରହିଥିଲେ।