କଣିହାଁ: ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିବା ଏବଂ ସେଠାରେ ନୂତନ ପ୍ଲାଣ୍ଟ ନିର୍ମାଣ କରିବା ଦାବିରେ କଣିହାଁ ବ୍ଲକ ସମ୍ମୁଖରେ ସକାଳ ୧୦ ଟାରୁ ୧୨ ଟା ପର୍ଯ୍ୟନ୍ତ ଆଜି ସର୍ଵଦଳୀୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଣିହାଁ ବିଡିଓଙ୍କ ଜରିଆରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

Advertisment

ଆଜି ବିକ୍ଷୋଭ ପ୍ରଦର୍ଶନ ବେଳେ ସାଂସଦ ମହେଶ ସାହୁ, ଆଇନଜୀବୀ ତଥା ବ୍ଲକ ଉପାଧ୍ୟକ୍ଷ ତ୍ରିପୁରାରି ପ୍ରଧାନ, ସରପଞ୍ଚ ନିଶାକର ବିଶ୍ୱାଳ, ସରପଞ୍ଚ ବାବୁଲା ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବଦତ୍ତ ପ୍ରସାଦ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ଧଳ, ପୂର୍ବତନ ସରପଞ୍ଚ ସୁନୀଲ ପ୍ରଧାନ, ଟିକନ ପ୍ରଧାନ, ଅବନୀ ସାହୁ, ଯୁବନେତା ସୁନୀଲ ପ୍ରଧାନ, ନିର୍ମଳ ସାହୁ, ଶ୍ୟାମ ସୁନ୍ଦର ସାହୁ, ସୁଧାକର ପ୍ରଧାନ, ନିଶାକର ପ୍ରଧାନ, କୀର୍ତ୍ତନ ସାହୁ, ତପନ ପ୍ରଧାନ, ମାଧବାନନ୍ଦ ଭୁତିଆ, ଦୁର୍ଲଭ ସାହୁଙ୍କ ସମେତ ବହୁ ଲୋକମାନେ ଉପସ୍ଥିତ ଥିଲେ।