ଅନୁଗୁଳ: ସାରା ରାଜ୍ୟରେ ବଢୁଛି ତାତି। ଗତ ୩ ତାରିଖ ଫନି ପରେ ପରେ ଜନସାଧାରଣ ଖରାରୁ ଟିକେ ମୁକ୍ତି ପାଇବେ ବୋଲି ଆଶା କରିଥିବା ବେଳେ ଏବେ ତାହା ଠିକ୍ ଓଲଟା ହୋଇଛି। ଏଥି ସହିତ େରୗଦ୍ର ତାପ ୬ ଦିନରେ ୮.୪ ଡିଗ୍ରି ବଢ଼ି ଆଜି ୪୨.୭ରେ ପହଞ୍ଚିଲାଣି। ତତଲା ପବନକୁ ନିଆଁ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି। ପ୍ରବଳ ଗରମ ପାଇଁ ଆଜି ଆନ୍ଧ୍ରପ୍ରଦେଶ କୁରୁନାଲ ଅଞ୍ଚଳର ଏନ୍ ରାମନାଥ ରାଓ(୬୨)ଙ୍କ ଜୀବନ ଚାଲି ଯାଇଛି। ସେ ଅନୁଗୁଳର ହାତୀଶାଳପଡ଼ାରେ ଦୀର୍ଘ ଦିନ ହେବ ରହି ଉକ୍ତ ଅଞ୍ଚଳରେ ରୋଷେୟା କାମ କରୁଥିଲେ। ଆଜି ସକାଳୁ ଶ୍ରୀ ରାଓ ରୋେଷଇ ସାରି ଘରକୁ ଫେରିଥିଲେ। କିନ୍ତୁ କିଛି ସମୟ ଗଲା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ତାଙ୍କୁ ସଙ୍ଗେ ସଙ୍ଗେ ପରିବାର େଲାକେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଅନୁଗୁଳ ଥାନାରେ ପରିବାର ଲୋକେ ରିପୋର୍ଟ କରିଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ସେହିଭଳି ଅନୁଗୁଳ ଥାନା କୁମଣ୍ଡ ଗ୍ରାମର ସୁଜନ ସାହୁ (୪୮) ଆଜି ଅତ୍ୟଧିକ ଖରାରେ ଗୁରୁତର ହୋଇଛନ୍ତି। ସେ ସକାଳ ସାଢ଼େ ୧୧ଟା ବେଳେ ଅନୁଗୁଳରୁ କୁମଣ୍ଡକୁ ଫେରୁଥିବା ବେଳେ ରାସ୍ତାରେ ବାଇକ୍ରୁ ପଡ଼ି ଯାଇଥିଲେ। ରାସ୍ତାେର ପଡ଼ିଥିବା ଦେଖି ବାଟୋଇମାେନ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅତ୍ୟଧିକ ଖରାର ପ୍ରଭାବରେ ଏମିତି ହୋଇଛି ବୋଲି ଡାକ୍ତର କହିଛନ୍ତି।