ତାଳଚେର କଲେଜ ଛାତ୍ରଛାତ୍ରୀଙ୍କ ରାଜପଥ ଅବରୋଧ

ତାଳଚେର: ତାଳଚେର ସ୍ୱଂୟଶାସିତ ମହାବିଦ୍ୟାଳୟ ସମ୍ମୁଖରେ କୋଲ କରିଡର ରାସ୍ତା ଅତିକ୍ରମ କରିଛି। ଏହି ରାସ୍ତାରେ ଦୈନିକ ହଜାର ହଜାର ଟ୍ରକ୍‌ ଦ୍ରୁତ ଗତିରେ ଚଳାଚଳ କରିବା ଫଳରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ରାସ୍ତାରେ ଯାତାୟାତ ବିପଦସଂକୁଳ ହୋଇପଡିଛି। ମହାବିଦ୍ୟାଳୟର ଏକ କିଲୋମିଟର ଦୂରତା ଅଂଚଳରୁ ରାସ୍ତା ଉପରୁ କୋଇଲା ଗୁଣ୍ଡ ସଫା କରିବା, କୋଇଲା ବୋଝେଇ ଟ୍ରକ୍‌ ଏକ ନିର୍ଦ୍ଦିଷ୍ଟ ମନ୍ଥର ଗତିରେ ମହାବିଦ୍ୟାଳୟ ସମ୍ମୁଖରେ ଚଳାଚଳ କରିବାକୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାବି ହୋଇଛି। ଏହି ଦାବିରେ ଆଜି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଜାତୀୟ ରାଜପଥ ୫୩ ସହ ସଂଯୁକ୍ତ କୋଲ କରିଡର ରାସ୍ତାର ମହାବିଦ୍ୟାଳୟ ସମ୍ମୁଖରେ ଦିନ ୧୧ ଠାରୁ ୧୨ ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧାରଣା ଦେଇଥିଲେ। ପରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧିମାନଙ୍କ ପକ୍ଷରୁ ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କ ସହ ଆଲୋଚନା ହୋଇଥିଲା। ଆଗାମୀ ସାତ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଡାକିବାକୁ ସ୍ଥିର ହେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିଲେ।

ସମ୍ବନ୍ଧିତ ଖବର