ଛେଣ୍ଡିପଦା: ତୁକୁଡ଼ା ଛକ ନିକଟରେ ମାଲବାହୀ ଟ୍ରକ୍‌ ଧକ୍କାରେ ଶିକ୍ଷକ ମୃତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ୫୫ ନମ୍ବର ଜାତୀୟ ରାଜପଥର ତୁକୁଡ଼ା ଛକ ନିକଟରେ ଏକ ମାଲବାହୀ ଟ୍ରକ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଶିକ୍ଷକ ଜଣକ ହେଉଛନ୍ତି ୩୬ ବର୍ଷୀୟ ଜୀବନ ନାୟକ।

ଜା‌ଣିବାକୁ ମିଳିଛି ଯେ ଆଜି(ଶନିବାର) ଦିନ ସାଢ଼େ ୧୨ଟା ସମୟରେ ଏକ ବାଇକ ଯୋଗେ ୩୭ ବର୍ଷୀୟ ନରେନ୍ଦ୍ର ମଲ୍ଲିକଙ୍କ ସହ ଜୀବନ ଯାଉଥିଲେ। ତୁକୁଡ଼ା ଛକ ନିକଟରେ ବିପରୀତ ପଟୁ ଆସୁଥିବା ଏମଏଚ-୪୦-ବିଏଲ-୮୭୧୭ ନମ୍ବରର ଏକ ଟ୍ରକ ସେ ଦୁହିଁଙ୍କୁ ଧକ୍କା ଦେଇଥିଲା।

ତାପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜୀବନଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ରହିଛି ଯେ ଜୀବନ ଭୁବନ ଅଞ୍ଚଳର ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ଶିକ୍ଷକ ଭାବେ ନିୟୋଜିତ ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଚାଳକ ଜଣକ ଫେରାର ହୋଇଛନ୍ତି। ପୁଲିସ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର