ହାତୀପଲରୁ ଅଲଗା ହେଲା ଛୁଆ

ବନ୍ତଳା: ଅନୁଗୁଳ ବନାଞ୍ଚଳରେ ହାତୀପଲରୁ ଏକ ହାତୀ ଛୁଆ ଅଲଗା ହୋଇ ରହିଛି। ଛୁଆଟିକୁ ବନ ବିଭାଗ ହାତୀ ମେଳକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଛୁଆଟି ସେହି ସ୍ଥାନରୁ କେଉଁଆଡ଼େ ଯାଉ ନଥିବା ଦେଖିବାକୁ ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନ ବାଲିଜେରେଙ୍ଗ ଗ୍ରାମ ନିକଟରେ ଆଜି ଏକ ହାତୀ ଛୁଆ ରାସ୍ତା ଉପରେ ରହିଥିବା ଦେଖିବାକୁ ମିଳିଥିଲା। ହାତୀ ଛୁଆର ଆନୁମାନିକ ବୟସ ୨ବର୍ଷ ହେବ ବୋଲି ଜଣାପଡ଼ିଛି। ତେବେ ବନ ବିଭାଗର କର୍ମଚାରୀମାନେ ସେଠାରେ ହାତୀ ଛୁଆକୁ ଜଗିରହିଛନ୍ତି।

ସମ୍ବନ୍ଧିତ ଖବର