ଭାରସାମ୍ୟ ହରାଇ ଓଲଟିଲା କାର୍, ଦୁଇ ଆହତ

ବଅଁରପାଳ: ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ଜଙ୍ଗଲ ଟର୍ଣ୍ଣିଙ୍ଗ ପଏଣ୍ଟ ଠାରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାଫଳରେ କାରରେ ବସିଥିବା ଦୁଇଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ବଅଁରପାଳ ପଟୁ ମହିଧରପୁର ଆଡ଼କୁ ଦ୍ରୁତଗତିରେ ଆସୁଥିବା କାର୍(ଓଆର୍ ୦୩ଏଚ୍୭୪୧୫) ଭାରସାମ୍ୟ ହରାଇ ବଉଳିଗଡ଼ ଜଙ୍ଗଲ ନିକଟରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ଫଳରେ ଦୁଇ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ତେବେ ଉଭୟଙ୍କ ପରିଚୟ ମିଳି ପାରିନାହିଁ।

ପ୍ରକାଶ ଥାଉକି ବଉଳିଗଡ଼ ଜଙ୍ଗଲ ଟର୍ଣ୍ଣିଙ୍ଗ ପଏଣ୍ଟ ଠାରେ କୌଣସି ପ୍ରକାର ଫଳକ ବା ସିଗନାଲ ନଥିବା ହେତୁ ବରମ୍ବାର ଦୁର୍ଘଟଣା ହେଉଥିବା ବେଳେ ସିଗନାଲ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର