ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବସନ୍ତପୁର କମାରଘାଇ ନିକଟରେ ସ୍କୁଟି ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ପାତ୍ରପଡ଼ା ଗ୍ରାମର ରାଜକିଶୋର ସାହୁ(୬୮) ତାଙ୍କର ଏକମାତ୍ର ଝିଅକୁ ଶିମିଳିପାଳ ପଞ୍ଚାୟତ ଚାଉଁରିଆପାଳ ଗ୍ରାମରେ ବିବାହ ଦେଇଛନ୍ତି। ୧୫ ଦିନ ପୂର୍ବର ଝିଅ ଘରକୁ ଆସିଥିଲେ।

Advertisment

ଆଜି ଭୋର ସାଢ଼େ ୬ ଟାରୁ ରାଜକିଶୋର ବସନ୍ତପୁର କମାରଘାଇ ନାଳକୁ ଶୌଚ ପାଇଁ ଯାଇଥିଲେ। ଶୌଚ ସାରି ଫେରୁଥିବା ବେଳେ ବସନ୍ତପୁରରୁ ବାଗେଡ଼ିଆ ଆଡକୁ ଯାଉଥିବା ସ୍କୁଟି ରାଜକିଶୋରଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ସ୍କୁଟି ସହିତ ଚାଳକ ଫେରାର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ଝିଅଘର ଲୋକ ତାଙ୍କୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ ପରେ ବ୍ୟବଚ୍ଛେଦ କରାଇ ତଦନ୍ତ ଚଳାଇଛି।