ବିଦ୍ୟୁତ୍ ସମସ୍ୟାର ସମାଧାନ ହେଲାନି: ମିଟର ରିଡିଂ କରିବା ପାଇଁ ଆସିଥିବା କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମରେ ବିଦ୍ୟୁତ୍ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତ ୪/୫ଦିନ ହେଲା ଗ୍ରାମରେ ଲୋ ଭୋଲଟେଜର ବିଦ୍ୟୁତ୍ ସମସ୍ୟା ଥିଲା। ତେଣୁ ଗାଁ ଲୋକେ ବିଦ୍ୟୁତ୍ କର୍ମଚାରୀଙ୍କୁ ଯୋଗାଯୋଗ କରିବାରୁ କର୍ମଚାରୀମାନେ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ କହିଲେ। ଗ୍ରାମବାସୀ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାରୁ ନମ୍ବର ଲାଗି ନଥିଲା। ଏହାକୁ ନେଇ ଗ୍ରାମବାସୀ ଉତକ୍ଷିପ୍ତ ହୋଇଥିଲେ।

ଗତକାଲି ବିଦ୍ୟୁତ୍ କର୍ମଚାରୀମାନେ ମିଟର ରିଡିଂ କରିବା ପାଇଁ ଆସିଥିବା ବେଳେ ଗ୍ରାମବାସୀମାନେ କର୍ମଚାରୀମାନଙ୍କୁ ଅଟକ ରଖିଥିଲେ। ଖବର ପାଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ଏସଡିପିଓ ଏବଂ ସଦର ପୁଲିସ୍ ପହଞ୍ଚି ବୁଝାସୁଝା କରିବା ପରେ ଗ୍ରାମବାସୀମାନେ କର୍ମଚାରୀମାନଙ୍କୁ ଛାଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର