ବଅଁରପାଳ: ‘କତଡ଼ା’ ପରେ ବଅଁରପାଳ ଥାନା ୧୪୯ନମ୍ବର ଜାତୀୟ ରାଜପଥ ରିଲିୟାନ୍ସ ପେଟ୍ରୋଲ୍ ପମ୍ପ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଦ୍ବିତୀୟ ତୀର୍ଥଯାତ୍ରୀ ଗାଡ଼ି ଦୁଘର୍ଟଣା ଘଟିଛି। ଏକ ଟ୍ରକ୍ ସହିତ ବସଟି ମୁହାଁମୁହିଁ ଧକ୍କା ହେବାରୁ ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେଥିରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଦୁର୍ଘଟଣା ପାଇଁ ପ୍ରାୟ ୪ଘଣ୍ଟା କାଳ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ବସ୍ ଚାଳକ ଏସ୍. କେ. ଆଲ୍ଲାଉଦ୍ଦିନ କହିବା ମୁତାବକ, ଆହତ ଯାତ୍ରୀମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର। ରାଉର୍କେଲା ବେଦବ୍ୟାସ ଅଞ୍ଚଳ ବୁଲିବା ପାଇଁ ମଙ୍ଗଳବାର ରାତିରେ କେନ୍ଦ୍ରାପଡ଼ା ଠାକୁରହାଟ ଅଞ୍ଚଳରୁ ୪୬ଜଣ ଲୋକ ଘରୋଇ ଯାତ୍ରୀବାହୀ ବସ୍ ‘ମଣିଶିବା’ରେ(ଓଆର୍ ୦୫ବି-୬୫୫୫) ଚଢ଼ିଥିଲା। ଯୋଜନା ଥିଲା ରାଉର୍କେଲା ପରିଦର୍ଶନ ସାରି ଦଣ୍ଡାଧରରେ ଯାତ୍ରୀମାନେ ଭୋଜି କରିଥାନ୍ତେ। ଆସନ୍ତାକାଲି ଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତେ। ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ବସଟି ବଅଁରପାଳ ଦେଇ ବହ୍ଲର ଅଭିମୁଖେ ଯିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ସାମ୍ନାରୁ ଆସୁଥିବା ଟ୍ରକ୍ (ଓଡ଼ି ୩୫ସି-୦୬୬୬) ସହ ମୁହାଁମୁହି ଧକ୍କା ହୋଇଥିଲା। ଏଥିରେ ବସଯାତ୍ରୀ ଅନିତା ପାତ୍ର, ଖୁଲଣା ପାତ୍ର, ମଙ୍ଗରାଜ ପାତ୍ର, ଗାୟତ୍ରୀ ସାହୁ, ଋଷିନନ୍ଦନ ସାହୁ, ସ୍ବର୍ଣ୍ଣପ୍ରଭା ନାଏକ, ମହେଶ୍ବର ବେହେରା, ପ୍ରାର୍ଥନା ବେହେରା, ଲିକୁ ପାତ୍ର, କୁମୁଦ ସାହୁ, କନକଲତା ସାହୁ, ମାନସ ସାହୁ, ଶୁଭଲକ୍ଷ୍ମୀ ସାହୁ, ବନିତା ବେହେରା, ହରିନ୍ଦ୍ର ବେହେରା, ଧୀରେନ୍ଦ୍ର ବେହେରା, ମମତା ବେହେରା, ବିଷ୍ଣୁ ସାହୁ, ସୁମିତ୍ରା ସାହୁ, ମିଥୁନ ସାହୁ, ରାମେଶ ଦାସ, ସବିତା ସାହୁ, ପୁଷ୍ପ ସାହୁ, ସୁକାନ୍ତ ସାହୁ, ଜ୍ୟୋତ୍ସ୍ନା ଦାସ, ଦେବୀପ୍ରସାଦ ଦାସ, ପ୍ରଜ୍ଞା ପରିମିତା ପାତ୍ର, ମାନସ ପାତ୍ର ପ୍ରମୁଖ ଆହତ ହୋଇଥିଲେ। ଦମକଳ ବାହିନୀ ଓ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଥିରୁ କେନ୍ଦ୍ରାପଡ଼ା ଛଚୁଣିଆର ମହିଳା ଅନିତା ସାହୁ(୩୮)ଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆହତମାନେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଦୁଘର୍ଟଣାଗସ୍ତ ଉଭୟ ଗାଡ଼ିକୁ ବଅଁରପାଳ ଥାନା ପୁଲିସ ଜବତ କରିଛି। ବସ ଚାଳକକୁ ପୁଲିସ ଅଟକ ରଖିଛି। ଉଲ୍ଲେଖଯୋଗ୍ୟ, ଚଳିତମାସ ୮ତାରିଖରେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କତଡ଼ାରେ ରାତିରେ ଏହିଭଳି ଏକ ଯାତ୍ରୀବାହୀ ଗାଡ଼ି ଦୁଘର୍ଟଣା ଘଟିଥିଲା। ଏଥିରେ ୫ଜଣ ଜୀବନ ହରାଇଥିଲେ।
ପୁଣି ତୀର୍ଥଯାତ୍ରୀ ବସ୍ ଧକ୍କା:ଅଧ ରାତିରେ ଟ୍ରକ୍ ସହ ପିଟିହେଲା, ୩୦ଯାତ୍ରୀ ଆହତ
ଗାଡ଼ି ଚଳାଚଳ ୪ଘଣ୍ଟା ବାଧାପ୍ରାପ୍ତ
/sambad/media/post_attachments/wp-content/uploads/2018/12/IMG-20181226-WA0004_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)