ନାଲ୍‌କୋନଗର: ଶୁକ୍ରବାର ମଧ୍ୟରାତ୍ରୀରେ ନାଲ୍‌କୋ ନଗର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥିତ ମାଛ ମାର୍କେଟ୍‌ ରଖା ଯାଇଥିବା ଗୋଟିଏ ଟ୍ରକ୍‌ରେ ନିଆଁ ଲାଗିଯାଇଛି।

Advertisment

MH 28 BB 8544 ନମ୍ବର ବିଶିଷ୍ଟ ସେ ଟ୍ରକ୍‌ଟିକୁ ରାସ୍ତାକଡ଼ରେ ଛିଡ଼ା କରାଯାଇ ତା’ ତଳେ ରୋଷେଇବାସ କରାଯାଉଥିଲା। କୌଣସି କାରଣରୁ ଷ୍ଟୋଭ୍‌ ନିଆଁରୁ ଟ୍ରକ୍‌ରେ ନିଆଁ ଲାଗିଯାଇ କ୍ରମେ କ୍ୟାବିନ୍‌କୁ ବ୍ୟାପି ଯାଇଥିଲା।

ଖବର ପାଇ ପୁଲିସ ଓ ନାଲ୍‌କୋ ସି. ଆଇ. ଏଫ୍‌.ର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇ ନ ଥିଲେ।

ତୁରନ୍ତ ଅନଗୁଳ ଅଗ୍ନିଶମ ବିଭାଗରୁ ଦମକଳ ଆସି ନିଆଁ ଲିଭାଇ ଥିଲା।

ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।