ଅନୁଗୁଳ : ଗତକାଲି ବିଳମ୍ବିତ ରାତିରେ ଟାଟା ଭୁଷଣ ପ୍ଲାଣ୍ଟ ସମ୍ମୁଖରୁ ଏକ ଟ୍ରକକୁ କୌଣସି ଦୁର୍ବୃତ୍ତ ଚୋରୀ କରି ନେଇଥିବା କଣ୍ଟାବଣିଆ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ତାଳଚେର କୋଲୟାରୀ ଥାନା ଅନ୍ତର୍ଗତ କଳମଛୁଇଁ ଗ୍ରାମର ଭାଗୀରଥି ସାହୁଙ୍କ ୧୨ ଚକିଆ ଟ୍ରକ (ଓଡ଼ି ୩୫ଡି ୮୯୮୪) ଗତକାଲି କଳିଙ୍ଗ କୋଇଲା ଖଣିରୁ କୋଇଲା ନେଇ ଟାଟା ଭୁଷଣ ପ୍ଲାଣ୍ଟକୁ କୋଇଲା ପରିବନ କରିଥିଲା। ପ୍ଲାଣ୍ଟ ଭିତରେ କୋଇଲା ଖଲାସି କରି ଚାଳକ ଚିନ୍ମୟ ସାହୁ ଟାଟା ଭୁଷଣ ପ୍ଲାଣ୍ଟ ସମ୍ମୁଖରେ ଚାଲାଣ ରିସିଭ କରୁଥିବା ବେଳେ କେହି ଦୁର୍ବୃତ୍ତ ଉକ୍ତ ଟ୍ରକକୁ ଚୋରୀ କରି ନେଇଥିଲେ। ଟ୍ରକ ଚାଳକ ଗାଡ଼ି ଆସି ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ପରେ ସେ ଗାଡି ମାଲିକଙ୍କୁ ଜଣାବା ସହିତ କଣ୍ଟାବଣିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଏମ ମାମଲା ରୁଜୁ କରିବା ସହିତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।
ଅନୁଗୁଳ : ଟାଟା ଭୁଷଣ ପ୍ଲାଣ୍ଟ ସମ୍ମୁଖରୁ ଟ୍ରକ ଚୋରି
/sambad/media/post_attachments/wp-content/uploads/2018/02/Bhushan-Steel-Ltd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)