ଅନୁଗୁଳ: ପାର୍ବଣ ଋତୁ ଆସିଥିବା ବେଳ ନିଶା ବେପାରୀମାନେ ସକ୍ରିୟ ହୋଇଯାଇଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେରରେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଅବକାରୀ ବିଭାଗର କର୍ମଚାରୀମାନେ ନିଶା ବେପାରୀମାନଙ୍କ ଠାରୁ ୧୦୪ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି। ଏହି ଘଟଣାରେ ୨ଜଣ ବ୍ରାଉନ୍ସୁଗାର୍ ବେପାରୀ ଗିରଫ ହୋଇଛନ୍ତି।
ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତମାନେ ବିକ୍ରି ଉଦ୍ଦେଶ୍ୟରେ ବ୍ରାଉନସୁଗାର କିଣି ଆଣୁଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଅବକାରୀ ଟିମ୍ ମାଡି ବସିଥିଲା। ସେମାନଙ୍କ ନିକଟରୁ ୧୦୪ ଗ୍ରାମ ବ୍ରାଉନସୁଗାର ସହ ଦୁଇଟି ବାଇକ୍, ପାଞ୍ଚ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି। ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୪୦ ହଜାର ଟଙ୍କା ହେବ।
ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଅବକାରୀ ଟିମ୍ ମାଡି ବସିଥିଲା। ସମଲ ଥାନା ପରାବିଲ ଅଞ୍ଚଳର ଦେବାନନ୍ଦ ଦେହୁରୀ ଓ ତାପସ କୁମାର ପ୍ରଧାନ ବାଇକ ଯୋଗେ ବ୍ରାଉନସୁଗାର ନେଉଥିଲେ। ସେମାନଙ୍କ ନିକଟରୁ ୧୦୪ ଗ୍ରାମ ବ୍ରାଉନସୁଗାର ସହ ଦୁଇଟି ବାଇକ୍, ପାଞ୍ଚ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି। ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୪୦ ହଜାର ଟଙ୍କା ହେବ।
ସୂଚନା ଅନୁସାରେ ସମଲ ଥାନା ପରାବିଲ ଅଞ୍ଚଳର ଦେବାନନ୍ଦ ଦେହୁରୀ ବିକ୍ରି ପାଇଁ ବାଇକ ଯୋଗେ ବ୍ରାଉନସୁଗାର ନେଉଥିବା ବେଳେ ଖବର ପାଇ ଅବକାରୀ ବିଭାଗ ପରାବିଲ ଠାରେ ଚଢ଼ାଉ କରି ତାଙ୍କ ନିକଟରୁ ୬୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ। ସେହିପରି ପରାବିଲ ଅଞ୍ଚଳର ତାପସ କୁମାର ପ୍ରଧାନ ବାଇକ ଯୋଗେ ବ୍ରାଉନସୁଗାର ବିକ୍ରି କରିବାକୁ ନେଉଥିବା ବେଳେ କଣ୍ଢlଳ ରାସ୍ତାରେ ଚଢ଼ାଉ କରି ତାଙ୍କ ନିକଟରୁ ୩୭ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଉଭୟ ବ୍ରାଉନସୁଗାର ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Brown sugar