ବଅଁରପାଳ: ବଅଁରପାଳ ସନ୍ତ୍ରୀ ଛକଠାରେ ଆଜି ଏକ ଟକ୍ ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ଦୁଇଜଣ ଗୁରୁତର ହୋଇଛନ୍ତି। ଆଜି ଦିନ ୨ଟାରେ କଟକ ଅଞ୍ଚଳର ସୁକେଶିନୀ ଜେନା ଓ ସୋମନାଥ ସାହୁ ବାଇକ୍ ଯୋଗେ ଅନୁଗୁଳରୁ ମକର ମେଳା ଦେଖିବାକୁ ନାଧରା ଯାଉଥିବା ବେଳେ କଟକ ଆଡୁ ଅନୁଗୁଳ ଯାଉଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା। ଏଥିରେ ବାଇକ୍ ଆରୋହୀଦ୍ବୟ ଗୁରୁତର ହୋଇଥିଲେ। ଉଭୟଙ୍କୁ ବଅଁରପାଳ ସାମଲ କେୟାର ହସ୍ପିଟାଲ୍ରେ ଭର୍ତି କରାଯାଇଛି। ପୁଲିସ ଟ୍ରକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।
ଟ୍ରକ୍ ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର
/sambad/media/post_attachments/wp-content/uploads/2019/01/Road-Accident-2.png)