ବିଦ୍ୟୁତ୍‌ ଫାଶରେ ହାତୀ ମୃତ୍ୟୁ ଘଟଣା ଦୁଇ ଶିକାରୀ ଗିରଫ

ପାଇକସାହି/ବଇଣ୍ଡା: ହଣ୍ଡପା ରେଂଜ ହେମାମୁରା ଗାଁରେ ମଙ୍ଗଳବାର ରାତିରେ ବିଦ୍ୟୁତ୍‌ ଫାଶ ଲାଗି ଏକ ଦନ୍ତାହାତୀ ପ୍ରାଣ ହରାଇବା ଘଟଣାରେ ବନ ବିଭାଗ ଆଜି ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ହେମାମୁରା ଗାଁର ଅରବିନ୍ଦ ପ୍ରଧାନ ଓ ରୁନା ପ୍ରଧାନ। ସେମାନଙ୍କ ବିରୋଧରେ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯିବା ସହିତ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ରେଂଜର୍ ଚୈଚନ୍ୟ ବେହେରାଙ୍କ ସୂଚନା ଅନୁଯାୟୀ, ଅରବିନ୍ଦ ଓ ରୁନା ବାର୍‌ହା ଶିକାର କରିବାକୁ ୧୧ କେଭି ବିଦ୍ୟୁତ୍‌ ଲାଇନ୍‌ରେ ହୁକ ପକାଇ ଧାନ ବିଲରେ ଫାଶ ବସାଇଥ‌ିଲେ। ସକାଳେ ଉଭୟ ସେଠାକୁ ଯାଇ ଦେଖିଲେ ବାର୍‌ହା ବଦଳରେ ଫାଶରେ ଏକ ଦନ୍ତାହାତୀ ପଡ଼ି ମରିଯାଇଛି। ସେମାନେ ଧାନ କାଟି ମୃତହାତୀ ଘୋଡ଼ାଇ ଚାଲିଆସିଥିଲେ। ଅାଜି ବଡ଼ି ଭୋରରୁ ଉଭୟ ବାତ୍ରାଖୋଲ ଅଭିମୁଖେ ଯିବାବେଳେ ବନ ବିଭାଗ ତାଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୫ କେଜି ଜିଆଇ ତାର ବିଭାଗ ଜବତ କରିଛି।

ସମ୍ବନ୍ଧିତ ଖବର