ଛେଣ୍ତିପଦା: ନିଶା ଥାନା ଅନ୍ତର୍ଗତ ୬୩ ନମ୍ବର ରାଜପଥରୁ ଆଜି ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଆଜି ଭୋର ସମୟରେ ନିଶା ନିକଟ ଏକ ଢାବା ନିକଟରେ ଚାଲି କରିଯାଉଥିବା ଜଣେ ବ୍ୟକ୍ତିକୁ ଏକ ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।  ନିଶା ପୁଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହ ଉଦ୍ଧାର କରି ଅନୁଗୁଳ ଶବାଗାରରେ ରଖି ଘଟଣା ତଦନ୍ତ କରୁଛି। ମୃତକଙ୍କ ପକେଟରୁ ପୁଲିସ ଏକ ଆଧାରକାର୍ଡ ଜବତ କରିଛି। ଆଧାର କାର୍ଡରୁ ସ˚ପୃକ୍ତ ବ୍ୟକ୍ତି ରେଢାଖୋଲ ଅଞ୍ଚଳର ଫୁଲକୁସୁମ ତିଳେଇମାଲ ଗ୍ରାମର ବରୁଣ ନାଏକ(୨୫) ବୋଲି ସନ୍ଦେହ କରାଯାଉଛି।