ଅନୁଗୁଳ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡେମୋନଷ୍ଟ୍ରେଟର

ଅନୁଗୁଳ: ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି  ଅନୁଗୁଳ ଜିଲ୍ଲା  ବାପୁଜୀ କଲେଜର ପଦାର୍ଥ ବିଜ୍ଞାନର ଡେମୋନଷ୍ଟ୍ରେଟର୍‌ ମାନସ ରଞ୍ଜନ ସାହୁ। ଜାଣିବାକୁ ମିଳିଛି ଯେ ନୋ ଡ୍ୟୁଜ ସାର୍ଟିଫିକେଟ୍‌ .ଦେବା ଲାଗି ନୂଆଗାଁର ଛାତ୍ର ଜ୍ଞାନ ରଞ୍ଜନ ସାହୁଙ୍କଠାରୁ ଲାଞ୍ଚ ଦାବି କରିଥିଲେ।  ସେ ୨୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଅନୁଗୁଳ ଭିଜିଲାନ୍ସ ଧରିଥିଲା । ଭିଜିଲାନ୍ସ ତାଙ୍କୁ ଧରିବା ପରେ ସାହୁଙ୍କ ଛେଣ୍ଡିପଦାସ୍ଥିତ  ବାସଭବନରେ ଚଢ଼ଉ କରିଛି।

ସମ୍ବନ୍ଧିତ ଖବର