ଅନୁଗୁଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ବଇଣ୍ଡାସ୍ଥିତ ସରକାରୀ ବାସଭବନ ଓ ନିଆଳିସ୍ତିତ ବାସଭବନରେ ଏକକାଳୀନ ବୁଧବାର ସକାଳୁ କଟକ ଓ ଅନୁଗୁଳ ଭିଜିଲାନ୍ସ ବିଭାଗ ମିଳିତ ଚଢ଼ାଉ କରିଥିବା ସୂଚନା ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ମଧ୍ୟ ଚଢ଼ାଉ ଜାରି ରହିଥିବା ଯୋଗୁଁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ଭିଜିଲାନ୍ସ ବିଭାଗ ।

ସମ୍ବନ୍ଧିତ ଖବର