ଅଭୟକାନ୍ତ ପାଠକଙ୍କ ଲିଙ୍କରେ ଅନୁଗୁଳ ଓ ସମ୍ବଲପୁରରେ ଭିଜିଲାନ୍ସ ଟିମ୍

ଅନୁଗୁଳ: ଅଭୟକାନ୍ତ ପାଠକଙ୍କ ଲିଙ୍କରେ ଅନୁଗୁଳ ଡିଏଫଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏଥିଲାଗି ଆଜି ୪ ଜଣିଆ ଭିଜିଲାନ୍ସ ଟିମ୍ ଅନୁଗୁଳ ଡିଏଫଓ ଅଫିସରେ ପହଞ୍ଚିଛି। ଏଠାରେ ବିଭିନ୍ନ କାଗଜପତ୍ର ସହ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ । ସୂଚନାଯୋଗ୍ୟ, ୧୯୯୩ -୯୪ରେ ଅଭୟକାନ୍ତ ପାଠକ ଅନୁଗୁଳ ଡିଏଫଓ ଭାବେ କାର୍ଯ୍ୟ କରୁଥିଲେ ।

ଅପରପକ୍ଷରେ ଅଭୟକାନ୍ତ ପାଠକଙ୍କ ଲିଙ୍କରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସମ୍ବଲପୁର ଶାଖାରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ୧୯୯୧ରେ ଅଭୟକାନ୍ତ ପାଠକ ସମ୍ବଲପୁର ସୋସିଆଲ୍ ଫରେଷ୍ଟ୍ରିର ଡିଏଫଓ ଭାବେ କାର୍ଯ୍ୟ କରୁଥିଲେ ।

ସମ୍ବନ୍ଧିତ ଖବର