ବଡ଼କେରା: ଅନୁଗୁଳ ବନାଞ୍ଚଳ ପୋକୁଣ୍ଡ ସେକ୍ସନରୁ ବନ୍ୟଜନ୍ତୁ ମାଂସ ଜବତ କରାଯାଇଛି। ଏହାଛଡ଼ା ଏକ ସ୍କୁଟିକୁ ଜବତ କରାଯାଇଥିବା ଏବଂ ଜଣେ ଯୁବକ ଗିରଫ ହୋଇଥିବା ନେଇ ବନପାଳ ହରମୋହନ ପ୍ରଧାନ ସୂଚନା ଦେଇଛନ୍ତି।
ବନ ବିଭାଗ ସୂତ୍ରରୁ ପ୍ରକାଶ, ପୋକୁଣ୍ଡା ସେକ୍ସନ ଅନ୍ତର୍ଗତ କୁଳସର ଗ୍ରାମର ବିଶ୍ୱଜିତ ସାହୁ ( ୨୦) ନାମକ ଜଣେ ଯୁବକ ସ୍କୁଟିରେ ଜନ୍ତୁମାଂସ ଚାଲାଣ କରୁଥିବା ଖବର ପାଇ ପୋକୁଣ୍ଡା ବନପାଳ ପଛରୁ ପଛରୁ ଗୋଡ଼ାଇ ଗୋଡ଼ାଇ ପୁରୁଣା ଗଡ଼ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଯୁବକଙ୍କୁ କାବୁ କରିଥିଲେ। ଜବତ ଜନ୍ତୁମାଂସର ପରିମାଣ ପ୍ରାୟ ୧୦ କିଗ୍ରାରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡ଼ିଛି।
ବନ୍ୟଜନ୍ତୁ ମାଂସ ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2021/11/2bda1443-9313-4076-9fce-da7f5090f0eb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)