କଣିହାଁ: ଗତକାଲି ରାତିରେ କଣିହାଁ ଥାନା ସାପକଟା ଗାଁର ପ୍ରକାଶ ପ୍ରଧାନଙ୍କ ସ୍ତ୍ରୀ ଶୋଭା ପ୍ରଧାନ( ୪୦) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଖବର ନେବାରୁ ଜଣାପଡ଼ିଛି ଯେ ଗତକାଲି ରାତିପ୍ରାୟ ସାଢ଼େ ଦଶଟା ବେଳେ ମୃତ ଶୋଭା ପ୍ରଧାନ ସାପକଟା ଗାଁରୁ ନିଜେ ରହୁଥିବା ଅତାବିରା ସାହିକୁ ଯିବାବେଳେ ମହିଳା ଜଣକ ହାତୀହାବୁଡ଼ରେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ମହିଳାଜଣକୁ ହାତୀଟି କଚାଡ଼ି ମାରିଦେଇ ପଳାଇ ଯାଇଥିଲା।
ଆଜି ସକାଳେ ଗାଁର କିଛିଲୋକ ସେହି ରାସ୍ତାଦେଇ ଯାଉଥିବାବେଳେ ମହିଳା ଜଣକ ରାସ୍ତାରେ ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀମାନେ ସ୍ଥାନୀୟ ବନବିଭାଗକୁ ଜଣାଇବା ପରେ କଣିହାଁ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀ ଓ କଣିହାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।
ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2020/12/elephant-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)