ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ରାତ୍ରୀ ଜଗୁଆଳିଙ୍କ କ୍ୱାର୍ଟରରୁ ପୁଲିସ ତାଙ୍କ ପତ୍ନୀ ସୁଲୋଚନା ନାଏକ(୪୨)ଙ୍କ ମୃତଦେହ ଉଦ୍ଧାର କରିଛି। ପ୍ରତିଷ୍ଠାନର ରାତ୍ରୀ ଜଗୁଆଳି ଭାବେ ଅଶୋକ ନାଏକ(୫୦) କାର୍ଯ୍ୟ କରନ୍ତି। ଗତକାଲି ରାତିରେ ଅଶୋକ ଓ ତାଙ୍କ ପତ୍ନୀ ସୁଲୋଚନାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ପରିବାର ଲୋକେ ଥିଲେ ମଧ୍ୟ ବନ୍ଦ କୋଠରୀ ମଧ୍ୟରେ ଉଭୟଙ୍କ ଝଗଡାରୁ ପିଲାମାନେ ଦୂରରେ ଅନ୍ୟ କୋଠରୀରେ ରହିଥିଲେ। ଆଜି ସକାଳୁ ଖବରପାଇ ପୁଲିସ କୋଠରୀରୁ ସୁଲୋଚନାଙ୍କ ମୃତଦେହ ଜବତ କରି ଅଶୋକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/dead-sisat.jpg)