ତାଳଚେର: ଆଜି ମଧ୍ୟାହ୍ନ ସମୟରେ ଅନୁଗୁଳ ଜିଲ୍ଲା ହରିହରପୁର ଗ୍ରାମ ନିକଟସ୍ଥ ଶିବରାମପୁର ରାସ୍ତାରେ ଆସ୍ ଟ୍ରକ୍ ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ମୃତକ ହେଉଛନ୍ତି କଣିହାଁ ବ୍ଲକ ଦଣ୍ଡସିଙ୍ଗା ଗ୍ରାମର ବସନ୍ତ ନାଏକଙ୍କ ପୁଅ ସୁମନ କୁମାର ନାଏକ।

Advertisment

ସୁମନ କୌଣସି କାମରେ ନିଜ ବାଇକ ଯୋଗେ ଯାଉଥିବା ବେଳେ ତାଙ୍କୁ ଏକ ଆସ୍ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସୁମନ ଙ୍କ ମୃତ୍ୟ ହୋଇଥିଲା। ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଘଟଣାସ୍ଥଳରେ ରହି ସମାଧାନ ନିମିତ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି। ତେବେ ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଶବକୁ ଚିହ୍ନଟ କରି ଅଧିକ ତଦନ୍ତ ଜାରି ରଖିଛି।