ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ନାଲକୋନଗର: ନାଲକୋନଗର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଏଫସିଆଇ ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ସାଢ଼େ ୧୧ଟା ସମୟରେ କୁଲାଡ଼ ଗ୍ରାମର ବିହାରୀ ଗୋଚ୍ଛାୟତ (୫୦) ନିଜ ପୁଅ ସହ ଏଫସିଆଇ ଛକ ଦେଇ କୁଲାଡ଼ ଅଭିମୁଖେ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ( ଓଡି୩୫ ସି ୨୭୪୨) ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଉଭୟେ ରାସ୍ତା ଉପରେ ଛିଟିକି ହୋଇ ପଡ଼ିଥିଲେ। ବାପା ରାଜପଥ ଉପରେ ପଡ଼ିଯିବାରୁ ପଛରୁ ଆସୁଥିବା ଟ୍ରକ ବିହାରୀ ଗୋଚ୍ଛାୟତଙ୍କ ଉପରେ ଚଢ଼ି ଯାଇଥିଲା।
ଖବର ପାଇ ଘଟଣାସ୍ଥଳରେ ମୃତକଙ୍କ ପରିବାର, ଗ୍ରାମବାସୀ ଓ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଥିଲା। ରାଜପଥର ମରାମତି ହେଉନଥିବାରୁ ଦୁର୍ଘଟଣାରେ ବାରମ୍ବାର ସାଧାରଣ ଲୋକଙ୍କ ଜୀବନ ଯାଉଛି। କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ୫୫ ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ବିହାରୀ ଗୋଚ୍ଛାୟତ ନାଲକୋ ଡିପିଏସ୍ ସ୍କୁଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରି ଘରକୁ ଫେରୁଥିବା ପରିବାର ଲୋକ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ଟ୍ରକ ଚାଳକ ଟ୍ରକ ନେଇ ଚାଲି ଯାଉଥିବା ବେଳେ ସ୍ଥାନୀୟ ଲୋକମାନେ କାବୁ କରି ଥାନାକୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର