ବନ୍ତଳା:ଅନୁଗୁଳ ବ୍ଲକ ବନ୍ତଳା ଥାନା ଅଞ୍ଚଳରେ ଗତକାଲି ରାତିରେ ଗୁଳିମାଡ଼ ହୋଇଛି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିଲା ବେଳେ ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ଥାନା ବଡ଼କନ୍ଥକୂଳ ଗ୍ରାମର ଅଖିଳ ବେହେରା ଓ ସହ ଶିଶିର ସାହୁଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା। ତେବେ ଏନେଇ ଦୁଇଜଣ ଯାକ ଗତକାଲି ରାତିରେ ପୁଣି ହାତାହାତି ହୋଇଥିଲେ। ପରେ ଶିଶିର ଏକ ଦେଶୀ ବନ୍ଧୁକ ଆଣି ଅଖିଳକୁ ଗୁଳି ମାରିଦେଇଥିଲା। ଗୁଳି ଅଖିଳଙ୍କ ହାତରେ ବାଜିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସାଙ୍ଘାତିକ ହେବାରୁ ଅଖିଳଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।