ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ପାଳଲହଡ଼ା: ବାରକୋଟ ବ୍ଲକ୍ ବୁଢାଖମଣ ଗ୍ରାମ ନିକଟରେ ଆଜି ଅପରାହ୍ନ ଦୁଇଟା ବେଳେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ବସିଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଆରୋହୀ ଆହତ ହୋଇଛନ୍ତି। ପାଳଲହଡ଼ା ବ୍ଲକ ପବିତ୍ରପୁର ପଞ୍ଚାୟତ କ˚ସର ଗ୍ରାମର ତିନିଜଣ ଯୁବକ ଏକ ବାଇକ୍‌ରେ ନିଜ ଗ୍ରାମକୁ ଫେରୁଥିବା ବେଳେ ବାରକୋଟ ବ୍ଲକ ବୁଢାଖମଣ ଗ୍ରାମ ନିକଟରେ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଯୁବକ ଟଙ୍କଧର ବିଶ୍ବାଳ ଗାଡିରୁ ପଡି ଗୁରୁତର ଆହତ ହୋଇଥିଲେ। ଅନ୍ୟ ଦୁଇଜଣ ମଧୢ ଆହତ ହୋଇଥିଲେ। ଆହତ ଯୁବକମାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ସେଠା‌ରେ ଟଙ୍କଧରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର