ପର୍ଜଙ୍ଗ: ପର୍ଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ସୋମବାର ଦୁଷ୍କର୍ମ କରାଯାଇଛି। ନାବାଳିକାଙ୍କ ପଡ଼ୋଶୀ ଯୁବକ ନରେଶ ମିଶ୍ର(୨୩) ଏକୁଟିଆର ସୁଯୋଗ ନେଇ ନାବାଳିକାଙ୍କ ପ୍ରତି ଏମିତି ପାଶବିକ ଅତ୍ୟାଚାର କରିଛି। ମଙ୍ଗଳବାର ଦିନ ନାବାଳିକା ଜଣକ ପରିବାର ଲୋକଙ୍କ ସହିତ ପର୍ଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।
ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ରାତିରେ ନାବାଳିକାଙ୍କ ମା’ ଘରଠାରୁ ଅଳ୍ପ ଦୂର ପଡ଼ୋଶୀଙ୍କ ଘରକୁ ଟିଭି ଦେଖିବାକୁ ଯାଇଥିଲେ। ରାତି ପ୍ରାୟ ୯ଟା ସମୟରେ ନାବାଳକା ଜଣକ ରାତିରେ ମାଙ୍କୁ ଡାକିବାକୁ ଯାଉଥିବା ବେଳେ ଅଭିଯୁକ୍ତ ନରେଶ ଏକୁଟିଆର ସୁଯୋଗ ନେଇ ତାଙ୍କୁ ରାସ୍ତାରୁ ଟେକି ନେଇଥିଲା। ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ପ୍ରାୟ ଘଣ୍ଟାଏ କାଳ ତାଙ୍କ ସହିତ ପାଶବିକ ଅତ୍ୟାଚାର କରିଥିଲା। ଯୁବକଙ୍କ କବଳରୁ ମୁକୁଳି ଆସି ନାବାଳିକା ଜଣକ ନିଜ ମା ଓ ଭାଉଜଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏନେଇ ମଙ୍ଗଳବାର ଦିନ ପରିବାର ଲୋକଙ୍କ ସହିତ ନାବାଳିକା ପର୍ଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଡାକ୍ତରୀ ମାଇନା କରାଯାଇଛି। ପୋକ୍ସୋ ଆକ୍ଟରେ ପର୍ଜଙ୍ଗ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତ ନରେଶ ଗାଁରୁ ଫେରାର୍ ଅଛି ବୋଲି ଥାନା ଏସ୍ଆଇ ଅକ୍ଷୟ କୁମାର ସାହୁ ପ୍ରକାଶ କରିଛନ୍ତି।
ରାସ୍ତାରୁ ଟେକିନେଲା ଯୁବକ : ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ
/sambad/media/post_attachments/wp-content/uploads/2018/04/sex-harasment-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)