କୋଟିଆ ହେବ ଆଦର୍ଶ ପଞ୍ଚାୟତ, ଖୁବ୍‌ ଶୀଘ୍ର ମୁଁ କୋଟିଆ ଆସିବି: ମୁଖ୍ୟମନ୍ତ୍ରୀ

କୋଟିଆରେ ୧୮ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ମାଡଗାର ନାଳ ଉପରେ ୫ କୋଟିର ଉଚ୍ଚସ୍ତରୀୟ ସେତୁ

କୋରାପୁଟ: ‘କୋଟିଆ ହେବ ଆଦର୍ଶ ପଞ୍ଚାୟତ। ଏଥିପାଇଁ ୧୫୦ କୋଟି ଟଙ୍କାର ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି। ଆଜି ଏଥି ମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ ଉଚ୍ଚସ୍ତରୀୟ ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ମୋ ସରକାର ପକ୍ଷରୁ ହୋଇଛି। ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। କୋରାପୁଟ ଜିଲ୍ଲାର ପଟାଙ୍ଗି ଅଂଚଳର କୋଟିଆ ପଞ୍ଚାୟତ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ସେ ଏହା କହିଛନ୍ତି। ଏହାସହ ସେ କହିଛନ୍ତି ଯେ କୋଟିଆ ବାସୀଙ୍କ ପାଖକୁ ମୁଁ ଖୁବ୍‌ ଶୀଘ୍ର ଆସିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିବାବେଳେ ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି। ଆସନ୍ତା ଦିନରେ ଏହି ଅଞ୍ଚଳରେ ବିକାଶ ସାଧନ କରାଯିବ। ସ୍ବାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ, ଯୋଗାଯୋଗ ଓ ପାନୀୟଜଳକୁ ପ୍ରାଥମିକତା ଦିଆଯାଇଛି।

ଏହାସହ ଖାଦ୍ୟ ସୁରକ୍ଷା, ସାମାଜିକ ନିରପତ୍ତା ଇତ୍ୟାଦିକୁ ପ୍ରାଧାନ୍ୟ ଦିଆଯାଇଛି। କୋଟିଆ ଅଞ୍ଚଳକୁ ଗସ୍ତ କରି ଲୋକମାନଙ୍କୁ ଭେଟିବେ। କୋଟିଆ ଅଞ୍ଚଳକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଠନ କରାଯିବ ବୋଲି ସେ କହିଛନ୍ତି। ୨୦୧୮ରେ କୋଟିଆ ପଞ୍ଚାୟତର ବିକାଶ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ମାଲକାନଗିରିରୁ ମୟୂରଭଞ୍ଜ, କୋରାପୁଟରୁ କଟକ ସବୁ ଅଞ୍ଚଳର ବିକାଶ ପାଇଁ ସେ ଓ ତାଙ୍କ ସରକାର କାମ କରୁଛନ୍ତି। ବିକାଶର ସୁଫଳ ପ୍ରତି ପରିବାର ପାଖରେ ପହଞ୍ଚାଇବା ସହ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ କାମ ସରକାର କରୁଛି। ଓଡ଼ିଶା ଆମର ମା’। ଓଡ଼ିଆ ଆମର ଭାଷା। ମହାପ୍ରଭୁ ଜଗନ୍ନାଥ ଆମର ବଡ଼ ଠାକୁର। ଜଗନ୍ନାଥ ସଂସ୍କୃତି ଆମର ସଂସ୍କୃତି। କୋରାପୁଟକୁ ଆମେ ଦ୍ୱୀତୀୟ ଶ୍ରୀକ୍ଷେତ୍ର ବୋଲି କହିଥାଉ।

Sambad

ସ୍ୱାଧୀନତା ସଂଗ୍ରାମରେ କୋରାପୁଟ ବଡ ଭୂମିକା ରହିଥିଲା ବୋଲି କହିବା ସହ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ, ଲକ୍ଷ୍ମୀପୁର ବିଧାୟକ, ପଟାଙ୍ଗୀ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟି ଓ ବିକାଶ ମୂଳକ କାର୍ଯ୍ୟକ୍ରମ ଯୋଗୁ କୋଟିଆ ପଞ୍ଚାୟତରେ ବହୁତ ଉନ୍ନତି ଆସିଛି।

ଗାଁର ଲୋକମାନେ ରାସ୍ତାଘାଟ, ପାଣି, ବିଜୁଳି, ଶିକ୍ଷା ଆଦି ବିଭିନ୍ନ ସୁବିଧା ପାଇପାରୁଛନ୍ତି। ଏଥିପାଇଁ କୋଟିଆବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ବୋଲି ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ସଂଯୋଜନା କରିଥିଲାବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଆଦି ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସ୍ୱାଗତ ଭାଷଣ ଓ ପିଡି ଡିଆରଡିଏ ପ୍ରବୀର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କୋଟିଆ ଅଞ୍ଚଳର ବିକାଶ ଉପରେ ଏକ ସ୍ୱତନ୍ତ୍ର ବୃତ୍ତ ଚିତ୍ର ଏହି ଅବସରରେ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ବିଶ୍ବନାଥ ଖୀଲ, ମତୁଳି ଖରା, ରଜନୀ ତାଡିଙ୍ଗୀଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧିତ ଖବର